ବୀରମହାରାଜପୁର ସରସ୍ଵତୀ ଶିଶୁ ମନ୍ଦିର ର ନୁତନ ପରିଚାଳନା କମିଟି ଗଠିତ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ପରିଚାଳନା କମିଟି ମଙ୍ଗଳବାର ଗଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ବତନ୍ତ୍ର ସଭାରେ ରୁଦ୍ରାକ୍ଷ ସାହୁ ସଭାପତିତ୍ବ କରିଥିବା ବେଳେ ପରିଚାଳନା କମିଟି ର ସମସ୍ତ ସଦସ୍ୟ ,ସଦସ୍ୟା ଉପସ୍ଥିତ ଥିଲେ। ଆଚାର୍ଯ୍ୟ ଗୋବିନ୍ଦ ସେଠୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ପ୍ରଧାନ ଆଚାର୍ଯ୍ୟ ଜନକରାମ ପଟେଲ ସ୍ବାଗତ କରିଥିଲେ । ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଅଧ୍ୟାପକ ସୂର୍ଯ୍ୟ ନାରାୟଣ ପଣ୍ଡା , ଉପ ସଭାପତି ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା , ସମ୍ପାଦକ ରାଜେନ୍ଦ୍ର ପଧାନ , ଯୁଗ୍ମ ସମ୍ପାଦକ ପ୍ରଦୀପ କୁମାର ସ୍ବାଇଁ , କୋଷାଧ୍ୟକ୍ଷ ଜୀତେନ୍ଦ୍ରିୟ ଦାଶ , ସଦସ୍ଯା ସୁଜାତା ପ୍ରଧାନ ଏବଂ ସନ୍ଧ୍ୟା ଭୋଇ , କାର୍ଯ୍ୟାଳୟ ସଦସ୍ୟ ଜନକରାମ ପଟେଲ ଏବଂ ଆଚାର୍ଯ୍ୟ ପ୍ରତିନିଧି ଗୋବିନ୍ଦ ସେଠୀଙ୍କୁ ମନୋନୀତ କରା ଯାଇଛି। ଶିକ୍ଷାବିକାଶ ସମିତି ସୁବର୍ଣପୁରର ବିଭାଗ ନିରୀକ୍ଷକ ମନୋ ରଞ୍ଜନ କର ଏବଂ ଦକ୍ଷିଣ ପଶ୍ଚିମ ସଂଭାଗ ସଂଯୋଜକ ରଂଜନ ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।