Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଜନି କ୍ରୁଜ୍ ବେଳେ ସମୁଦ୍ରରେ ପଡ଼ିଗଲା ଝିଅ; ଡେଇଁ ପଡ଼ିଲେ ବାପା

ନୂଆଦିଲ୍ଲୀ: ଜଣେ ବାପା ନିଜ ଛୁଆର ଜୀବନ ବଞ୍ଚାଇବାକୁ ଯାଇ ମରଣ ସହିତ ମଧ୍ୟ ଲଢ଼ିପାରେ। ତେବେ ଏହିପରି ଏକ ଘଟଣା ବର୍ତ୍ତମାନ୍ ସାମ୍ନାକୁ ଆସିଛି। ଜଣେ ବାପା ଏବଂ ତାଙ୍କ  ଝିଅ ଡିଜନି କ୍ରୁଜ୍ ଯାଉଥିବା ସମୟରେ କିଛି ଅସାବଧାନତା ଯୋଗୁଁ ପାଞ୍ଚ ବର୍ଷର ଝିଅଟି ସମୁଦ୍ରରେ ପଡ଼ି ଯାଇଥିଲା।

ଏହାଦେଖି ବାପା ବିଳମ୍ବ ନ କରି ତୁରନ୍ତ ନିଜ ଝିଅକୁ ବଞ୍ଚାଇବାକୁ ଯାଇ ସମୁଦ୍ରକୁ ଡେଇଁ ପଡ଼ିଥିଲେ ଓ କିଛି ସମୟ ମଧ୍ୟରେ ନିଜ ଝିଅକୁ ବଞ୍ଚାଇଥିଲେ।। ତେବେ ଏହି ଘଟଣାଟି ବାହାମାସରୁ ଫ୍ଲୋରିଡା ଯାଉଥିବା ଡିଜନି ଡ୍ରିମ୍ ନାମକ ଏକ ଜାହାଜରେ ଘଟିଥିଲା। ଏହି ଖବର ପ୍ରସାରିତ ହେବା ମାତ୍ରେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା। ଜାହାଜର କ୍ୟାପ୍ଟେନ୍ ଏହାକୁ ରୋକିବା ପାଇଁ ଚେଷ୍ଟା କରିଥିଲେ ଓ ପିତା ଜଣକ ଯେଉଁ ପାର୍ଶ୍ଵକୁ ଡେଇଁଥିଲେ ସେଠାକୁ ଜାହାଜକୁ ନେଇ ଯାଇଥିଲେ।। ପରେ କ୍ରୁ ଙ୍କ ସହାୟତାରେ ଉଭୟଙ୍କୁ ସମୁଦ୍ରରୁ ବାହାରକୁ ବାହାର କରାଯାଇଥିଲା। ଏହି ଭିଡିଓଟି ବର୍ତ୍ତମାନ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯେଉଁଥିରେ ବାପା ଜଣଙ୍କ ତାଙ୍କ ଝିଅକୁ ହାତରେ ଧରିଥିବାର ମଧ୍ୟ ଦେଖାଯାଉଛି। ତେବେ ଯେତେବେଳେ ଉଦ୍ଧାରକାରୀ ଦଳ ତାଙ୍କ ପାଖରେ ପହଞ୍ଚିଥିଲେ ସେ ପ୍ରଥମେ ତାଙ୍କ ଝିଅକୁ ସେମାନଙ୍କୁ ହସ୍ତାନ୍ତର କଲେ। ଏହାକୁ ଦେଖି ସେଠାରେ ଥିବା ଯାତ୍ରୀ ମାନେ ଖୁସି ହେବା ସହ ଭାବପ୍ରବଣ ହୋଇଯାଇଥିଲେ।ଏହି ଘଟଣାକୁ ନେଇ ଜଣେ ଯାତ୍ରୀ କହିଛନ୍ତି ଯେ ଯେତେବେଳେ ଝିଅଟି ସମୁଦ୍ରରେ ପଡ଼ିଯାଇଥିଲା। ବାପା ତାଙ୍କୁ ବଞ୍ଚାଇବାକୁ ଯାଇ ତୁରନ୍ତ ଡେଇଁ ପଡ଼ିଥିଲେ ଓ ଏସବୁ ଦେଖି ତାଙ୍କ ମାଆ ବହୁ ଜୋରରେ କାନ୍ଦୁଥିଲେ। ଏହାକୁ ନେଇ ଡିଜନି କ୍ରୁଜ୍ ଲାଇନ ନିଜ ଦଳକୁ ପ୍ରଶଂସା କରି କହିଛି ଯେ ଆମର କ୍ରୁ ସଦସ୍ୟଙ୍କ ଏପରି ଅସାଧାରଣ କ୍ଷମତା ଏବଂ ଉପସ୍ଥିତ ବୁଦ୍ଧି  ପାଇଁ ଆମେ ସେମାନଙ୍କୁ ପ୍ରଶଂସା କରୁଛୁ। ତେବେ ଉଭୟ  ଯାତ୍ରୀ କିଛି ମିନିଟ୍ ମଧ୍ୟରେ ସୁରକ୍ଷିତ ଭାବରେ ଜାହାଜକୁ ଫେରି ଆସିଥିବା ମଧ୍ୟ କହିଛନ୍ତି। ଜାହାଜ ପରବର୍ତ୍ତୀ ସମୟରେ ଏଭରଗ୍ଲେଡ୍ସରେ ଅଟକି ଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ