Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୃଦଘାତ ସହ କୋଭିଡ ଟୀକାର ସମ୍ପର୍କ ନାହିଁ: କେନ୍ଦ୍ର

ନୂଆଦିଲ୍ଲୀ: ହୃଦଘାତ ଯୋଗୁଁ ହଠାତ୍ ମୃତ୍ୟୁ ଏବଂ କରୋନା ଟୀକା ମଧ୍ୟରେ କୌଣସି ସମ୍ପର୍କ ନାହିଁ। ଏନେଇ କେନ୍ଦ୍ର ପରିବାର ଏବଂ ସ୍ୱାସ୍ଥ୍ୟ କଲ୍ୟାଣ ମନ୍ତ୍ରଣାଳୟ ବୁଧବାର ସୂଚନା ଦେଇଛି।

ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR) ଏବଂ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (AIIMS) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଆଧାରରେ ମନ୍ତ୍ରଣାଳୟ ଏନେଇ ପ୍ରକାଶ କରିଛି। କରୋନା ମହାମାରୀ ପରେ ଅନେକ ଲୋକ ଚାଲିବା, ବୁଲିବା, ନାଚିବା ଏବଂ ଗୀତ ଗାଇବା ସମୟରେ ହଠାତ୍ ମୃତ୍ୟୁବରଣ କରୁଥିବା ଦେଖାଯାଇଥିଲା। ଏପରି ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଭିଡିଓ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସିଥିଲା। ଅନେକ ଲୋକ ଏହି ମୃତ୍ୟୁ ପାଇଁ କରୋନା ଟୀକାକୁ ଦାୟୀ କରୁଥିବା ନଜର ଆସିଥିଲା।

ମନ୍ତ୍ରଣାଳୟ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ ‘ICMR ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (NCDC) ଦ୍ୱାରା କରାଯାଇଥିବା ଅଧ୍ୟୟନ ସ୍ପଷ୍ଟ କରିଛି ଯେ ଭାରତରେ କରୋନା ଟୀକା ନିରାପଦ ଏବଂ ପ୍ରଭାବଶାଳୀ। ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାର ମାମଲା ଅତ୍ୟନ୍ତ ବିରଳ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ