ସୋନପୁର : (ସୌମିତ୍ରି ମେହେର) ଜଣେ ବ୍ୟକ୍ତିଙ୍କର ତିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ସୋନପୁର ଥାନାରେ ଅଭିଯୋଗ ହୋଇଛି । ଏହି ଥାନା ଅନ୍ତର୍ଗତ କିଉଁପୁର ଗ୍ରାମର କୃଷ୍ଣମୁରାରୀ ପଣ୍ଡା ସୋନପୁର ୟୁନିଅନ ବ୍ୟାଙ୍କରୁ ଟଙ୍କା କାଢ଼ି ନିଜ ବାରକ ଡିକି ରେ ରଖିଥିଲେ । ଚାଇକ ଡିକି ରେ ୧ ଲକ୍ଷ ଟଙ୍କା ସହ ଚେକବହି, ପାସବୁକ ଆଦି ମଧ୍ୟ ରଖିଥିଲେ । ବାଇକ ରାସ୍ତା ପାର୍ଶ୍ବରେ ରଖି ସୋନପୁର କଇଥି ତଳ ନିକଟରେ ସାଙ୍ଗରେ ଥିବା ଦୁଇ ଜଣ ଶିଶୁଙ୍କ ସହ ଏକ ଠେଲା ଗାଡ଼ିକୁ ଜଳଖିଆ ଖାଇବା ପାଇଁ ଯାଇଥିଲେ । ପରେ ଫେରିବା ପରେ ତିକି ରେ ଥିବା ଟଙ୍କା ସହିତ ପାସବୁକ ଏବଂ ଅନ୍ୟାନ୍ୟ କାଗଜପତ୍ର ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ । ଶ୍ରୀ ପଣ୍ଡା ଧାନ ବିକି ଟଙ୍କା ବ୍ୟାଙ୍କରୁ କାଢ଼ିଥିବା ସୂଚନା ଦେଉଛନ୍ତି । ଏନେଇ କୃଷ୍ଣମୁରା ସୋନପୁର ଥାନାରେ ଅଭିଯୋଗ କଲାପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ବାଇକ୍ ରଖି ଜଳଖିଆ ଖାଉଥିବା ବେଳେ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ
