ସୋନପୁର : (ସୌମିତ୍ରି ମେହେର) ଡ୍ରାଇଭର ମହାସଂଘ ର ନିଷ୍ପତ୍ତି କ୍ରମେ ସରକାର ଙ୍କୁ ଦେଇଥିବା ୮ ଗୋଟି ଦାବି ମଧ୍ୟ ରୁ ମାତ୍ର ଗୋଟିଏ ଦାବି ସରକାର ପୂରଣ କରି ଚୁପ୍ ବସିଥିବାରୁ ଆସନ୍ତା ୮/୭/୨୫ ତାରିଖ ରୁ ଷ୍ଟିଅରିଂଷ୍ଟିଅରିଂ ଛାଡ ଆନ୍ଦୋଳନ ନିଷ୍ପତ୍ତି ନେଇଥିବା ସୁବର୍ଣ୍ଣପୁର ଡ୍ରାଇଭର ସଂଘ୍ କର୍ମକର୍ତ୍ତା ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି। ଗତ ମାର୍ଚ୍ଚ ମାସ ରେ ୬ ଦିନ ବ୍ୟାପୀ ଲୋୟର ପିଏମଜି ରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ ମଧ୍ୟ ସରକାର ଅଣଦେଖା କରିଥିବାରୁ ବାଧ୍ୟ ହୋଇ ସମୂହ ଆନ୍ଦୋଳନ କରିବାକୁ ସ୍ଥିର କରିଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ । ଉକ୍ତ ଆନ୍ଦୋଳନ ପାଇଁ ଏକ ଅନୁରୋଧ ପତ୍ର ସୁବର୍ଣ୍ଣପୁର ଜିଲ୍ଲା ଟ୍ରକ୍ ସଂଘ , ଘରୋଇ ବସ୍ ମାଲିକ ସଂଘ , ଅଟୋ ସଂଘ , ଟ୍ୟାକ୍ସି ସଂଘ , ବଣିକ ସଙ୍ଘ୍ ସହ ଅନ୍ୟ କେତେକ ସଂଘ ଙ୍କୁ ଦେଇଥିବା ବିଶ୍ଵସ୍ତ ସୂତ୍ର ରୁ ସୂଚନା ମିଳିଛି। ୬୦ ବର୍ଷ ବୟସ ପରେ ଭତ୍ତା ପ୍ରଦାନ , ପାର୍କିଂ ସୁବିଧା , ସେପ୍ଟେମ୍ବର ୧ କୁ ଜାତୀୟ ଡ୍ରାଇଭର ଦିବସ ପାଳନ , ଗାଡ଼ି ର କାଗଜ ପତ୍ର ଯାଞ୍ଚ ଦାୟିତ୍ଵ ପରିବହନ ଅଧିକାରୀ ଙ୍କୁ ପ୍ରଦାନ, ଓଡ଼ିଶା ଖଣି ଖଦାନ ରେ ଓଡ଼ିଆ ଡ୍ରାଇଭର ନିଯୁକ୍ତି, ଅଟୋ ଚାଳକ ଙ୍କୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏଣ୍ଡ ୱେଫେୟାର ବୋର୍ଡ ରେ ସାମିଲ ପ୍ରମୁଖ ୭ ଦାବି ଶୀଘ୍ର ସରକାର ମାନି ନେବାପାଇଁ ଚେତାବନୀ ଦେଇଛନ୍ତି ଓଡ଼ିଶା ଡ୍ରାଇଭର ସଂଘ ।
ଦାବି ପୂରଣ ନ ହେଲେ ସମୂହ ଷ୍ଟିଅରିଂ ଛାଡ ଡାକରା ଦେଇଛି ଜିଲ୍ଲା ଡ୍ରାଇଭର ସଂଘ
