Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିକମପାଲି ହାଇସ୍କୁଲର ୬୪ ତମ ପ୍ରତିଷ୍ଠା ଦିବସ ପାଳନ

ଭିକମପାଲି ହାଇସ୍କୁଲର ୬୪ ତମ ପ୍ରତିଷ୍ଠା ଦିବସ ପାଳନ
ଝାରସୁଗୁଡା ୨/୭ (ଓଡ଼ିଶା ନ୍ୟୁଜ)ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ସରକାରୀ ଉଚ୍ଚ ବିଦ୍ୟାଳୟର ୬୪ ତମ ପ୍ରତିଷ୍ଠା ଦିବସ ଆଜି ବିଦ୍ୟାଳୟ ପରିସରରେ ପାଳିତ ହୋଇ ଯାଇଛି । ଭିକମପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ଦୁଃଖୀ ଶ୍ୟାମ ପଟ୍ଟନାୟକ ମୁଖ୍ୟ ଅତିଥି, ପୁରାତନ ଛାତ୍ର ସଂସଦ ଉପ ସଭାପତି ଦିଲ୍ଲୀପ ପଟେଲ ମୁଖ୍ୟବକ୍ତା ଏବଂ ପୁରାତନ ଛାତ୍ର ତଥା ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ, ଅବସରପ୍ରାପ୍ତ ଶିକ୍ଷକ ମୂରଲୀଧର ବିଶ୍ୱାଳ, ପଲସଦା ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ନନ୍ଦେ,ଅବସରପ୍ରାପ୍ତ ଝସକେତନ ସାହୁ, ଭବାନୀ ଶଙ୍କର ମେହେର, ଶମ୍ଭୁ ନାଥ,ଅଶ୍ୱିନୀ ପୂଜାରୀ, ମହେନ୍ଦ୍ର କୁମାର ସାଏ, ଓମ ପ୍ରକାଶ ମିଶ୍ର, ନାରାୟଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।
ପ୍ରଥମେ ଅଗ୍ରପୂଜ୍ୟ ଶ୍ରୀ ଗଣେଶ ଓ ମା ସରସ୍ଵତୀଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ ପୁର୍ବକ ପୂଜାର୍ଚ୍ଚନା ପରେ ବିଦ୍ୟାଳୟର ପ୍ରତିଷ୍ଠାତା ମହାନ ବ୍ୟକ୍ତି ମାନଙ୍କ ଫଟୋଚିତ୍ରରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରି ନିମନ୍ତ୍ରୀତ ଅତିଥି ଗଣ ଶ୍ରଦ୍ଧା ସୁମନ ଜଣାଇ ଥିଲେ ଏବଂ ଛାତ୍ରୀ ମାନଙ୍କ ସ୍ୱାଗତ ସଙ୍ଗୀତ ପରିବେଷଣ ପରେ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହା ପରେ ନିମନ୍ତ୍ରୀତ ଅତିଥି ମାନେ ବିଦ୍ୟାଳୟର ଇତିହାସ ଏବଂ ବର୍ତ୍ତମାନ ସ୍ଥିତି ଉପରେ ବିଭିନ୍ନ ଦୃଷ୍ଟାନ୍ତ ଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।
ସୂଚନା ଥାଉକି ଭିକମପାଲି ହାଇସ୍କୁଲ ୧୯୬୨ ମସିହା ଜୁଲାଇ ୨ ଶିକ୍ଷାବର୍ଷ ଆଜିର ଦିନରେ ସ୍ଥାପିତ ହୋଇଥିଲା । ଅଞ୍ଚଳର ଯେଉଁ ବଦାନ୍ୟ ବ୍ୟକ୍ତି ମାନଙ୍କ ପ୍ରଚେଷ୍ଟାରେ ଭିକମପାଲି ହାଇସ୍କୁଲଟି ପ୍ରତିଷ୍ଠା ଲାଭ କରିଥିଲା ସେମାନଙ୍କ ମଧ୍ୟରେ ଏମ କଟାପାଲି ଗୌନ୍ତିଆ ସ୍ବର୍ଗତ ସାଲେଗ୍ରାମ ନାୟକ, କପିଲାପୁର ଗୌନ୍ତିଆ ସ୍ବର୍ଗତ ମାର୍କଣ୍ଡ ମିଶ୍ର ଓ କନିଷ୍ଠ ଭ୍ରାତା ସ୍ବର୍ଗତ ନକୁଳ ମିଶ୍ର, ଜାମଗାଁ ଜମିଦାର ସ୍ବର୍ଗତ ନରସିଂହ ପ୍ରସାଦ ସାଏ, ନାଚେନମୁରା ଗୌନ୍ତିଆ ସ୍ବର୍ଗତ ରଘୁନାଥ ଖମାରୀ, ଦେଓପାଲି ଗୌନ୍ତିଆ ସ୍ବର୍ଗତ ଗୌରୀ ଶଙ୍କର ସାହୁ, ଝାରୁପଡ଼ା ଗୌନ୍ତିଆ ସ୍ବର୍ଗତ ତପେଶ୍ୱର ଭୋଇ, ଚିଖିଲାପାଲି ଗୌନ୍ତିଆ ସ୍ବର୍ଗତ ଭୀଷ୍ମଦେଵ ନାଥ, ଭିକମପାଲି ଗାଁର ସମାଜସେବୀ ସ୍ବର୍ଗତ ସନାତନ ମେହେର ପ୍ରମୁଖ ମୁଖ୍ୟ ଅବଦାନ ରହିଥିଲା ।
ଭିକମପାଲି ହାଇସ୍କୁଲର ସହକାରୀ ଶିକ୍ଷକ ବିଷ୍ଣୁ ପ୍ରସାଦ ପ୍ରଧାନ ମଞ୍ଚ ସଞ୍ଚାଳନ କରିଥିବା ବେଳେ ନବୀନ କୁମାର ସା ଅତିଥି ପରିଚୟ ଏବଂ ସହକାରୀ ଶିକ୍ଷୟିତ୍ରୀ ଦୀପ୍ତି ସିଦାର ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ମାଧବୀ ଲତା ଖମାରୀ,ଅନୁପମା ସାହୁ, ଜ୍ୟୋତିଷ ସାହୁ,ବୃନ୍ଦାବନ ସୁନା, ସୁଶୀଲ କୁମାର ମେହେର,ମିତ୍ରଭାନୁ ସହି, ଏକଲବ୍ୟ ମେହେରଙ୍କ ସହ ନାଏବ ସରପଞ୍ଚ ସୁନ୍ଦର ଲାଲ ବଂଜାରା, ଶୁଖିଶ୍ୟାମ ପଟ୍ଟନାୟକ,, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ସଦସ୍ୟା, ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ