Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହ୍ରିତିକଙ୍କ ସହ ‘ୱାର 2’ର ପ୍ରମୋସନ କରିବେନି ଜୁନିଅର ଏନଟିଆର

ମୁମ୍ବାଇ: ହ୍ରିତିକ ରୋଶନଙ୍କ ଫିଲ୍ମ ୱାରର ସିକ୍ୱେଲ୍ ୱାର 2  ବର୍ତ୍ତମାନ୍ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ  ହ୍ରିତିକଙ୍କ ସହ ସାଉଥ୍ ସୁପରଷ୍ଟାର ଜୁନିଅର ଏନଟିଆର ମଧ୍ୟ ଅଭିନୟ କରିଛନ୍ତି। କିଛି ଦିନ ପୂର୍ବରୁ ଏହି ଫିଲ୍ମର ଟିଜର ରିଲିଜ୍ ହୋଇଥିଲା। ଯାହାକୁ ଲୋକମାନେ ପସନ୍ଦ ମଧ୍ୟ କରିଥିଲେ।

ଫିଲ୍ମ ରିଲିଜ ହେବା ପୂର୍ବରୁ ୟଶ ରାଜ ଫିଲ୍ମସ ପ୍ରମୋସନ ପାଇଁ ଏକ ନୂଆ ପ୍ଲାନ୍ ଆପଣେଇଛି। ତେବେ ହ୍ରିତିକ ଏବଂ ଜୁନିଅର ଏନଟିଆର ଏକ ସାଙ୍ଗରେ ଫିଲ୍ମ ର ପ୍ରମୋସନ୍ କରିପାରିବେ ନାହିଁ ବୋଲି YRF ତରଫରୁ କୁହାଯାଇଛି। କେବଳ ଏତିକି ନୁହେଁ ଫିଲ୍ମ ରିଲିଜ୍ ପୂର୍ବରୁ ଉଭୟ ଷ୍ଟେଜ୍ ମଧ୍ୟ ସେୟାର କରିବେ ନାହିଁ ବୋଲି କୁହାଯାଇଛି।

ଦର୍ଶକ ଫିଲ୍ମ ରିଲିଜ ହେବା ପରେ ହିଁ ଉଭୟଙ୍କୁ ବଡପରଦାରେ ଦେଖି ପାରିବେ। ତେବେ ଏହି ଫିଲ୍ମରେ ଉଭୟ ପରସ୍ପରର ବିପକ୍ଷରେ ନଜର ଆସିବେ। ୟଶ ରାଜ ଫିଲ୍ମସ୍ ପ୍ରାୟତଃ ନିଜର ଫିଲ୍ମର ପ୍ରମୋସନ ପାଇଁ ଭିନ୍ନ ରଣନୀତି ଆପଣେଇି ଥାଏ ଯେପରିକି ପଠାନ ଫିଲ୍ମ ରିଲିଜ୍ ସମୟରେ ଫିଲ୍ମର କାଷ୍ଟ ଗଣମାଧ୍ୟମକୁ କୌଣସି ସାକ୍ଷାତକାର ଦେଇ ନଥିଲେ। ୱାର୍ 2 ରେ ହ୍ରିତିକ୍ ରୋଶନ ଏବଂ ଜୁନିଅର ଏନଟିଆରଙ୍କ ସହ କିଆରା ଆଡଭାନୀ ଏହି ଫିଲ୍ମରେ ଷ୍ଟଣ୍ଟ କରୁଥିବାର ନଜର ଆସିବେ। ତେବେ ପ୍ରଥମ ଥର ପାଇଁ ପ୍ରଶଂସକମାନେ ହ୍ରିତିକ୍ ଏବଂ ଜୁନିଅର ଏନଟିଆରଙ୍କୁ ବଡ଼ ପରଦାରେ ଏକାଠି ଦେଖିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ