ଘୁଙ୍ଗିଜୋର ପୋଲ ଉପରେ 5 ଫୁଟ ର ବନ୍ୟା ପାଣି ଯୋଗୁଁ ବୀରମହାରାଜପୁର- ଅମର ପାଲି ଯୋଗାଯୋଗ ବିଚ୍ଛିନ୍ନ


ବୀରମହାରାଜପୁର : (ସୌମିତ୍ରି ମେହେର) ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅମରପାଲି ରାସ୍ତା ଉପରେ ୫ ଫୁଟ ର ବନ୍ୟା ଜଳ ପ୍ରବାହିତ ହୋଇଛି । ଫଳରେ ବୀରମହାରାଜପୁର – ଅମରପାଲି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ଦେଖାଦେଇଛି। ବୁଧୁବାର ଦିନ ତମାମ ବର୍ଷା ଲାଗି ରହିବା ଫଳରେ ମେଣ୍ଡିଲିପାଲି ଓ ଲୁତୁରପଙ୍କ ମଧ୍ୟରେ ଥିବା ଘୁଙ୍ଗୀଯୋର ପୋଲ ଉପରେ ପ୍ରାୟ ୫ ଫୁଟ ର ବନ୍ୟାଜଳ ପ୍ରବାହିତ ହେଉଛି। ବ୍ଲକ ର ବିଭିନ୍ନ ଜୋର , ନାଳ ରେ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ଦିନ ତମାମ ବର୍ଷା ଲାଗି ରହିବା ଫଳରେ ମଧ୍ୟାହ୍ନ ରୁ ବର୍ଷା ର ପରିମାଣ ବଢିବା ଫଳରେ ଧୀରେ ଧୀରେ ଉକ୍ତ ଯୋର ରେ ଜଳ ସ୍ତର ବଢ଼ିବାରେ ଲାଗିଥିଲା । ସନ୍ଧ୍ୟାରେ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବା ଆରମ୍ଭ ହୋଇଥିଲା । ଫଳରେ ବୀରମହାରାଜପୁର ରୁ ଅମରପାଲି କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କୌଣସି ଗାଡ଼ି ମଟର ଯିବା ଆସିବା କରିପାରୁ ନାହିଁ। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଉକ୍ତ ଯୋର ଉପରେ ଘଣ୍ଟପାଲି – ଲୁତୁରପଙ୍କ ମଝିରେ ଥିବା ପୋଲ ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ବ୍ଲକ ର ଲୁତୁରପଙ୍କ, ବହଳପଦର, ଦୁର୍ଜନତୈଲା ପଞ୍ଚାୟତର ସମତେ ରେଢାଖୋଲ ବ୍ଲକ ର ବୀରମହାରାଜପୁର ଉପରେ ନିର୍ଭର କରୁଥିବା ପ୍ରାୟ ୪୦ /୫୦ ରୁ ଉର୍ଦ୍ଧ୍ବଗ୍ରାମ କୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଏହି ରାସ୍ତା ଏକ ବ୍ୟସ୍ତ ବହୁଳ ରାସ୍ତା ଅଟେ। ଏହି ରାସ୍ତା ଦେଇ ବୀରମହାରାଜପୁର ରୁ ଅମରପାଲି – ଯୁଯୁମୁରା ଦେଇ ସମ୍ବଲପୁର, ଚାରମାଳ ଦେଇ ରେଢାଖୋଲ କୁ ସଂଯୋଗ କରୁଥିବାରୁ ପ୍ରତ୍ୟହ ହଜାର ହଜାର ସଂଖ୍ୟକ ଲୋକ ଯିବା ଆସିବା କରିଥାନ୍ତି। ପ୍ରତ୍ୟେକ ବର୍ଷ ଏପରି ଅବସ୍ଥା ହେଉଥିଲେ ମଧ୍ୟ ପ୍ରଶାସନ ନିରବ ରହିଛି । ସୂଚନା ଅନୁସାରେ ବୀରମହାରାଜପୁର ରୁ ରେଢାଖୋଲ ନିର୍ବାଚନ ମଣ୍ଡଳୀ ର ମୋଚିବାହାଲ ରେ ୫୫ ନମ୍ବର ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ଏହି ପୂର୍ତ୍ତବିଭାଗ ଅଧିନସ୍ଥ ରାସ୍ତାରେ ଥିବା ଏହି ପୋଲ ନିର୍ମାଣ ପାଇଁ ବହୁ ଦିନରୁ ଦାବି ହେଉଛି ମାତ୍ର ବିଭାଗୀୟ ଅବହେଳା ଓ ଜନପ୍ରତିନିଧି ଙ୍କ ଉଦାସୀନତା ଯୋଗୁଁ ଏହି ପୋଲ ନିର୍ମାଣ ହୋଇପାରୁ ନଥିବା ଅଭିଯୋଗ ହୋଇଛି। ।