ବୀରମହାରାଜପୁର- ରେଢ଼ାଖୋଲ ମୁଖ୍ୟ ରାସ୍ତା ଉପରେ ଆତଙ୍କ ସୃଷ୍ଟି କରୁଥିବା ଗାଡ ଭାଲୁର ମୃତ୍ୟୁ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଡୁଲେଶ୍ୱର୍ ଗରିଆମୁଣ୍ଡା ମୁଖ୍ୟ ରାସ୍ତା ଉପରେ ସୋମବାର ଦିନ ଅପରାହ୍ନରେ ଏକ କ୍ଷତାକ୍ତ ଗାଡଦ୍ଭାଲୁ ଆତଙ୍କ ସୃଷ୍ଟି କରିଥିଲା । ମିଳିଥିବା ସୂଚନା ଅନୁସାରେ ସୋମବାର ଦିନ ଅପରାହ୍ନରେ ଏକ କ୍ଷତାକ୍ତ ଗାଡଦ୍ଭାଲୁ ବୀରମହାରାଜପୁର – ରେଢ଼ାଖୋଲ ମୁଖ୍ୟ ରାସ୍ତା ଗରିଆମୁଣ୍ଡା ମଝିରେ ଆତଙ୍କ ସୃଷ୍ଟି କରିଥିଲା । ରାସ୍ତା ମଝିରେ ଏପଟ ସେପଟ ଦୌଡ଼ି ଚାଲିଥିଲା । କେତେ ବେଳେ ରାସ୍ତା ଉପରେ ସୋଇପଡିଥିଲା ତ କେତେ ଦୌଡ଼ି ଲୋକଙ୍କ ଆଡ଼କୁ ପଳାଇ ଯାଉଥିଲା । ଭୟରେ ରାସ୍ତାର ଉଭୟ ପାର୍ଶ୍ବରେ ଲୋକମାନେ ଅଟକି ରହିଥିଲେ । ଖବର ପାଇ ସୁବଳୟା ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗାଡ ଭାଲୁକୁ ଧରିବାରେ ସମର୍ଥ ହୋଇଥିଲା । ଗାଡ ଭାଲୁ ପ୍ରଥମେ ସୁବଳୟା ବନ କାର୍ଯ୍ୟାଳୟକୁ ଅଣାଯାଇ ଥିଲା । ଭାଲୁ ର ମୁହଁରେ ଆଘାତ ହୋଇଥିବା , ଗୋଟିଏ ଆଗ ଗୋଡ଼ ମଧ୍ୟ ଭାଙ୍ଗି ଯାଇଥିବା ବନ ବିଭାଗ କର୍ମଚାରୀ ଦେଖିବାକୁ ପାଇଥିଲେ । ଏ ସି ଏଫ ଅବିନାଶ ବରିହା ଭଳୁକୁ ଚିକିତ୍ସା ପାଇଁ ବୀରମହାରାଜପୁର ପ୍ରାଣୀ ଚିକିତ୍ସାଲୟକୁ ରାତି ପ୍ରାୟ ୧୧ ସମୟରେ ନେଇ ଯାଇଥିଲେ । ହେଲେ ପ୍ରାଣୀ ଚିକିତ୍ସାଲୟ ରେ ପହଞ୍ଚିବା ପୂର୍ବରୁ ଭାଲୁର ମୃତ୍ୟୁ ହୋଇଯାଇଥିଲା । ପ୍ରାଣୀ ଚିକିତ୍ସାଲୟରେ ପହଞ୍ଚିବା ପୂର୍ବରୁ ଭାଲୁଟିର ମୃତ୍ୟୁ ହୋଇଥିବା ପ୍ରାଣୀ ଚିକିତ୍ସକ ଡ଼ା.ଆକାଶ କୁମାର ସାହୁ ପ୍ରକାଶ କରିଛନ୍ତି। ବୁଧବାର ଭାଲୁଟିର ପୋଷ୍ଟମଟମ କରାଯାଇଛି । ପୋଷ୍ଟମଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର ଅସଲ କାରଣ ଜଣା ପଡ଼ିବ ବୋଲି ଡ. ସାହୁ ପ୍ରକାଶ କରିଛନ୍ତି।