Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ଆଦର୍ଶ ବିଦ୍ୟାଳୟ ରଥପୁର ରେ ଜଳ ସଙ୍କଟ ଯୋଗୁଁ ଛାତ୍ରଛାତ୍ରୀ ହନ୍ତସନ୍ତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ରଥପୁର ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ହଷ୍ଟେଲ୍‌ରେ ପାଣି ନ ଆସିବାରୁ ଛାତ୍ର ଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରାପ୍ତ ସୂଚନା ମତେ ଏଠାରେ ଥିବା ପାଣିପମ୍ପ୍‌ଟି ଦୀର୍ଘ ଆଠ ଦିନ ହେଲା ପୋଡ଼ି ଯାଇଛି ଫଳରେ ହଷ୍ଟେଲରେ ରହୁଥିବା ପ୍ରାୟ ୫୦୦ ଛାତ୍ରଛାତ୍ରୀ ବାହାର ନଳକୂପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଛନ୍ତି। ଖାଇବା ପରେ ହାତ ଧୋଇବା ପାଇଁ ନଳକୂପକୁ ଆସୁଛନ୍ତି l ନଳକୂପରୁ ପାଣି ନେଇ ପାଇଖାନା ଯାଉଛନ୍ତି ତେଣୁ ଏ ସବୁ ଠିକ୍ ଭାବରେ ସଫା ହୋଇ ନ ପାରିବାରୁ ପରିବେଶ ଦୂଷିତ ହେବା ସଙ୍ଗେ ସଙ୍ଗେ ଦୁର୍ଗନ୍ଧ ସୃଷ୍ଟି ହେଉଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ପାଣି ପମ୍ପ କୁ ସଜାଡିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାର ଅଭିଯୋଗ ହେଉଛି । ତେଣୁ ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଭିଭାବକ ମହଲରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ