Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଗ୍ ବଜେଟ୍ ଫିଲ୍ମ ‘ରାମାୟଣ’ର ପ୍ରଥମ ଟିଜର ରିଲିଜ

ହାଇଦ୍ରାବାଦ: ବହୁ ଅପେକ୍ଷିତ ବଲିଉଡ ଫିଲ୍ମ ରାମାୟଣର ପ୍ରଥମ ଟିଜର ରିଲିଜ ହୋଇଯାଇଛି। ଏଥିରେ ସୁପରଷ୍ଟାର ରଣବୀର କପୁରଙ୍କ ସହ ସାଉଥ୍ ମେଗାଷ୍ଟାର ୟଶ ଅଭିନୟ କରିଛନ୍ତି। ‘ରାମାୟଣ’ର ଟିଜର ଭାରତର ନଅଟି ସହର ଯଥା ମୁମ୍ବାଇ, ଦିଲ୍ଲୀ, ଅହମ୍ମଦାବାଦ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା, ପୁଣେ ଏବଂ କୋଚିରେ ଲଞ୍ଚ ହୋଇଥିଲା।

ଭାରତୀୟ ସିନେମାରେ ପ୍ରଥମ ଥର ପାଇଁ କୌଣସି ବଲିଉଡ୍ ଫିଲ୍ମର ଟିଜର ଏକାସାଙ୍ଗରେ ଦେଶର ୯ ଟି ସହରରେ ପ୍ରଦର୍ଶିତ ହୋଇଛି। ତେବେ ଟିଜରଟି ୩ ମିନିଟର ଥିଲା ଯାହାକୁ ଦେଖି ଲୋକମାନେ ଉତ୍ସାହର ସହ ଫିଲ୍ମକୁ ଅପେକ୍ଷା କରିଛନ୍ତି।ୟଶ ତାଙ୍କ ଇନଷ୍ଟାଗ୍ରାମରେ ଏହାର ଟିଜରକୁ ପୋଷ୍ଟ  କରି ଲେଖିଛନ୍ତି ଯେ ‘ଦଶ ବର୍ଷର ଆକାଂକ୍ଷା ଓ ପରିଶ୍ରମ ପରେ  ସର୍ବଶ୍ରେଷ୍ଠ ମହାକାବ୍ୟକୁ ବିଶ୍ୱ ସାମ୍ନାକୁ ଆଣିବା ପାଇଁ ଯେଉଁ ଦୃଢ଼ ସଂକଳ୍ପ ନିଆଯାଇଥିଲା ତାହା ସଫଳ ହୋଇପାରିଛି। ଅତ୍ୟନ୍ତ ଯୋଗ୍ୟ ଓ ଶ୍ରେଷ୍ଠ ଲୋକଙ୍କ ସହିତ ରାମାୟଣକୁ ଅତ୍ୟନ୍ତ ଶ୍ରଦ୍ଧା ଏବଂ ସମ୍ମାନର ସହିତ ଉପସ୍ଥାପନ କରିବାର ପ୍ରୟାସ କରାଯାଇଛି। ତେବେ  ରାମ ଏବଂ ରାବଣର ଅମର କାହାଣୀକୁ ଆଉଥରେ ପୁନର୍ଜୀବିତ କରିବା ନେଇ ସେ କହିଛନ୍ତି।

ଏହି ମହାନ ପୌରାଣିକ କାହାଣୀରେ ରଣବୀର କପୁର ରାମ, ସାଇ ପଲ୍ଲବୀ ସୀତା, ୟଶ ରାବଣ ଚରିତ୍ରରେ ଅଭିନୟ କରିଥିବା ବେଳେ ରବି ଦୁବେ ଲକ୍ଷ୍ମଣ, ସନି ଦେଓଲ ହନୁମାନ ଭୂମିକାରେ ନଜର ଆସିବେ। ଫିଲ୍ମରେ ଏ.ଆର. ରହମାନ ଏବଂ ହଂସ ଜିମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତେବେ ଟିଜରରେ ରଣବୀର କପୁର ଏବଂ ୟଶଙ୍କ ଏକ ଝଲକ ମଧ୍ୟ ଦେଖାଯିବା ସହ ରାବଣ ଭୂମିକାରେ ୟଶଙ୍କ ଭୟଙ୍କର ରୂପ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ରାମାୟଣର ପ୍ରଥମ ଭାଗର ସୁଟିଂ ଶେଷ ହୋଇସାରିଥିବା ବେଳେ ଏହାର ଦ୍ୱିତୀୟ ଭାଗର ସୁଟିଂ ଅଗଷ୍ଟ ୨୦୨୫ରେ ଆରମ୍ଭ ହେବାକୁ ଯାଉଛି।

ରାମାୟଣର  ପ୍ରଥମ ଭାଗ ଦୀପାବଳି ୨୦୨୬  ଏବଂ ଦ୍ୱିତୀୟ ଭାଗ ଦୀପାବଳି ୨୦୨୭ରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି। ତେବେ ଏହା ନମିତ ମାଲହୋତ୍ରାଙ୍କ ଅସ୍କାର-ବିଜେତା VFX ବ୍ୟାନରରେ ନିର୍ମିତ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ