Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୂର୍ଷୁଣ୍ଢୀ ରଘୁନାଥ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ରଘୁନାଥ ଉଚ୍ଚ ବିଦ୍ୟାଳୟ, ମୂର୍ଷୁଣ୍ଢୀ ରେ ବନ ମହୋତ୍ସବ ପାଳନ କରାଯାଇଛି। ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ପ୍ରଧାନ ଶିକ୍ଷକ କାଳିଆ କର୍ମୀଙ୍କ ପୌରୋହିତ୍ୟରେ ଆଲୁମିନି ସତ୍ୟ ମୋହନ ବେଦପାଣିଙ୍କ ଉପସ୍ଥିତିରେ ସମସ୍ତ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ବୃକ୍ଷ ରୋପଣ କରିଥିଲେ । ଏହା ସହିତ ବିଦ୍ୟାଳୟ ରେ ଏ ସମ୍ପର୍କିତ ସାଧାରଣ ଜ୍ଞାନ , ପ୍ରବନ୍ଧ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଏଥିରେ ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ