ସୋନପୁର (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ନିୟୋଜିତ ହୋଇଛନ୍ତି ପ୍ରାୟେ ୪୦ ପୁରୁଷ ୩୦ ମହିଳା ସଫେଇ କର୍ମଚାରୀ । ଅଭିରାମ ନାମକ ଏକ କମ୍ପାନୀ ନିୟୋଜିତ କରି ହଇରାଣ ହରକତ କରିଥିବା ଅଭିଯୋଗ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ କହିବା ମୁତାବକ ଦରମା ପ୍ରାୟ ୫/୬ ମାସ ହେବ ପାଇ ନାହାଁନ୍ତି କର୍ମଚାରୀ । ଦିର୍ଘ ୬/୭ ବର୍ଷ କାମ କରି ଆସୁଛନ୍ତି ଓ ଅନେକ ଥର ବ୍ୟାଙ୍କ ଜମାଖାତା ରେ ଦରମା ପାଇଛନ୍ତି ମାତ୍ର ପ୍ରାୟେ ୫/୬ ହୋଇ ଗଲାଣି ଡକ୍ୟୁମେଣ୍ଟ ଭୁଲ ଥିବା ଆଳ ଦେଖେଇ କର୍ମଚାରୀ ଙ୍କୁ ଦରମା ଦେଉ ନ ଥିବା ଅଭିଯୋଗ କରିଛନ୍ତି ମହିଳା କର୍ମଚାରୀ । ସମସ୍ତେ ଗୋଟିଏ ଗୋଟିଏ ମଣିଷ ମାତ୍ର ଯେତେବେଳେ କାମ ସାରି କ୍ଳାନ୍ତ ହୋଇ ଯାଆନ୍ତି ଅଭିରାମ କମ୍ପାନୀ ର ସୁପରଭାଇଜାର ମହିଳା କର୍ମଚାରୀ ଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ସଫେଇ କର୍ମଚାରୀ । ଯଦି ଜିଲ୍ଲାପାଳ ଙ୍କୁ ଏ ବିଷୟ ରେ ଜଣାଇବ ତାହେଲେ ଚାକିରି ରୁ ବହିଷ୍କୃତ ନଚେତ୍ ସୁବର୍ଣ୍ଣପୁର ଠୁ ପ୍ରାୟେ ୬୦ କିଲୋମିଟର ଉର୍ଦ୍ଧ୍ବ ରେ ସ୍ଥିତ ଡୁଙ୍ଗୁରିପାଲି ଚିକିତ୍ସାଳୟ କୁ ବଦଳି କରିଦେବା ଧମକ ଦେଉଛନ୍ତି ଅଭିରାମ ଏଜେନ୍ସି ର ଅଧିକାରୀ । ଠିକ୍ ସମୟ ରେ ଦରମା , ମଣିଷ ଭଳି ବ୍ୟବହାର , ଇପିଏଫ ଡିପୋଜିଟ, ସ୍ଥାନୀୟ କର୍ମଚାରୀ ଙ୍କୁ ସ୍ଥାନୀୟ ହସ୍ପିଟାଲ ରେ ନିଯୁକ୍ତି ପ୍ରମୁଖ ଦାବି ରଖି ମନ ରେ ସାହସ ବାନ୍ଧି ଜିଲ୍ଲାପାଳ ଅନ୍ୟା ଦାସ ଙ୍କ ପାଖକୁ ପହଞ୍ଚିଥିଲେ ସଫେଇ କର୍ମଚାରୀ । ମାତ୍ର ଜିଲ୍ଲାପାଳ ଙ୍କୁ ନ ଭେଟି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ ଙ୍କୁ ସାକ୍ଷାତ କରି ଏକ ଅନୁରୋଧ ପତ୍ର ଦେଇଛନ୍ତି ନିୟୋଜିତ ହୋଇଥିବା ସଫେଇ ପୁରୁଷ ଓ ମହିଳା କର୍ମଚାରୀ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଫେଇ କର୍ମଚାରୀ ଙ୍କ ଉପରେ ଦାଦାଗିରି ର ପ୍ରତିବାଦ
