ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ର ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇରେ ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜି ଭୋର ସକାଳୁ ମଙ୍ଗଳଆଳତୀ , ହୋମ , ଖେଚୁଡି , ବେଶ ଓ ପହଣ୍ଡି ବିଜେ କରାଯାଇଥିଲା । ସୁଦର୍ଶନ , ବଳଭଦ୍ର, ସୁଭଦ୍ରା ଓ ଶେଷରେ ଜଗନ୍ନାଥ ଙ୍କୁ ଟାହିଆ ଲାଗି ଧାଡି ପହଣ୍ଡି ରେ ରଥାରୂଢ କରାଯାଇଥିଲା । ଆଡପ ମଣ୍ଡପରୁ ମହାପ୍ରଭୁଙ୍କୁ ୧୦ଟାରେ ଧାଡି ପହଣ୍ଡି କରାଯାଇଥିଲା । ଅପରାହ୍ନ ୧୨ଟା ୩୦ମି ଗାଁର ଗୌନ୍ତିଆ ତମରା ଅମାତ ଛେରାପହଁରା ନୀତି କରିଥିଲେ । ତା ପରେ ଅପରାହ୍ନ ୨ଟାରେ ରଥଟଣା , ୪ଟାରେ ଛୋଟ ଛୋଟ ଛୁଆଙ୍କ ରଥଛୁଆ ନୀତି କରାଯାଇଥିଲା । ରଥଟଣାରେ ବଳଭଦ୍ରଙ୍କ ରଥ , ଦେବୀ ସୁଭଦ୍ରା ଙ୍କ ରଥ ତାପରେ ଜଗନ୍ନାଥଙ୍କ ରଥ ଟଣାଯାଇଥିଲା । ଦେବୀ ସୁଭଦ୍ରାଙ୍କ ରଥ ମହିଳାମାନେ ଟାଣିଥିଲେ । ଆଜି ମୁଖ୍ୟଅତିଥି ଭାବେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଯୋଗ ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ରଥ ଟାଣିଥିଲେ । ଘଣ୍ଟ , ଶଙ୍ଖ, ହୁଳହୁଳି , ନାମ ସଂକିର୍ତନ ରେ ଆଜି ପାତାଳୀ ପରିବେଶ ଗର୍ଜି ଉଠୁଥିଲା । ଦୂର ଦୂରାନ୍ତରୁ ଲକ୍ଷଲକ୍ଷ ଭକ୍ତ ମହାପ୍ରଭୁଙ୍କ ପ୍ରଭୁକୃପା ପାଇଁ ଧାଇଁ ଆସିଥିଲେ । ଉକ୍ତ ସମୟରେ ପାତାଳୀ ଶ୍ରୀକ୍ଷେତ୍ର କୁ ଯାଇଥିବା ଜାଲୋଏ , ଉଲୁଣ୍ଡା , ଡ୍ୟାମ ସlଇଡ ଆଦି ରାସ୍ତା ରେ ଶହହଶହ ଯାନବାହାନ, ଗାଡି ମୋଟର ଦୀର୍ଘ ସମୟ ଧରି ଅଟକି ରହି ଟ୍ରାଫିକ ସମସ୍ଯା ଦେଖା ଯାଇଥିଲା I
ପାତାଳୀ ଶ୍ରୀକ୍ଷେତ୍ର ରେ ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା ଅନୁଷ୍ଠିତ
