Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇନଷ୍ଟାଗ୍ରାମରୁ ଫଟୋ ଡିଲିଟ୍ କଲେ ରଣବୀର ସିଂହ

ମୁମ୍ବାଇ: ରଣବୀର ସିଂହ ୬ ଜୁଲାଇରେ ନିଜର ୪୦ ତମ ଜନ୍ମ ଦିନ ପାଳନ କରିଛନ୍ତି। ଯାହା ପୂର୍ବରୁ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସମସ୍ତ ପୋଷ୍ଟ ଏବଂ ଫଟୋ ଡିଲିଟ୍ କରିଦେଇଛନ୍ତି। ତାଙ୍କର ଏପରି କରିବା ଦ୍ୱାରା ପ୍ରଶଂସକଙ୍କ ମାନେ ଚିନ୍ତା ପ୍ରକାଶ କରିବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇଛନ୍ତି। କେବଳ ଏତିକି ନୁହେଁ ରଣବୀର ତାଙ୍କ  ଇନଷ୍ଟାଗ୍ରାମ ଷ୍ଟୋରୀରେ ୧୨:୧୨ ଲେଖି ଏକ ଖଣ୍ଡାର ଇମୋଜିି ସେୟାର କରିଥିଲେ। ଏହା ତାଙ୍କ ଆଗାମୀ ଫିଲ୍ମକୁ ନେଇ କିଛି ହିଣ୍ଟସ ହୋଇଥାଇପାରେ ବୋଲି ତାଙ୍କର ଫ୍ୟାନ ମାନେ ଆକଳନ କରୁଛନ୍ତି।

ତେବେ ବର୍ତ୍ତମାନ୍ ରଣବୀର ସିଂହଙ୍କ ଇନଷ୍ଟାଗ୍ରାମରେ କୌଣସି ପୋଷ୍ଟ ନାହିଁ ଓ ତାଙ୍କର ପ୍ରୋଫାଇଲ ଫଟୋ ମଧ୍ୟ ଉପଲବ୍ଧ ନାହିଁ। ଏହା ତାଙ୍କର ଆଗାମୀ ଫିଲ୍ମ ‘ଧୁରନ୍ଧର’ ସହ ଜଡିତ ହୋଇଥାଇପାରେ ବୋଲି ଅନେକ ଆକଳନ କରୁଛନ୍ତି। ଏହି ଫିଲ୍ମଟି ଆଦିତ୍ୟ ଧରଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ଜଣାପଡ଼ିଛି। ତେବେ ‘ଧୁରନ୍ଧର’ ଫିଲ୍ମରେ ରଣବୀରଙ୍କ ସମେତ  ଅକ୍ଷୟ ଖାନ୍ନା, ଆର.ମାଧବନ, ସଞ୍ଜୟ ଦତ୍ତ ଏବଂ ଅର୍ଜୁନ ରାମପାଲ ମଧ୍ୟ ଅଭିନୟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ