Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟସମଲାଇ ହାଇ ସ୍କୁଲ ର ଛାତ୍ରଛାତ୍ରୀମାନେ ବନ ମହୋତ୍ସବ ଅବସରରେ କଲେ ବୃକ୍ଷ ରୋପଣ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଏକାଡେମୀ ହାଇସ୍କୁଲ କୋଟସମଳାଇ ଠାରେ ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ଶୋଭାଶିନୀ ମିଶ୍ର ସଭାପତିତ୍ୱ କରିଥିବା ବେଳେ ନିମନ୍ତ୍ରିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସଭାପତି ବାବୁଲାଲ ମନ୍ତ୍ରା ଯୋଗ ଦେଇ ବୃକ୍ଷରୋପଣ ହିଁ ପରିବେଶ ସୁରକ୍ଷା ର ଗୁରୁତ୍ୱପୂର୍ଣ୍ଣ ଦିଗ ବୋଲି ମତ ଦେଇଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ରାଲି ଅନୁଷ୍ଠିତ ହୋଇଥିଲା । ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ପରିସର ଓ ହାଇସ୍କୁଲ ପଡ଼ିଆ ର ଚତୁଃପାର୍ଶ୍ଵ ରେ ବିଭିନ୍ନ ବୃକ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମ କୁ ସୁଧୀର କୁମାର ହୋତା , ଅମିତ ପାତ୍ର , ଶଙ୍ଖସିନ୍ଧୁ ପୁରୋହିତ , ପ୍ରଫୁଲ୍ଲ ସାହୁ ଓ ସାନ ଡାଙ୍ଗ ପରିଚାଳନା କରିଥିଲେ । ଶିକ୍ଷକ ହୃଷିକେଶ ପଧାନ ଧନ୍ୟବାଦ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ