Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଦୈନିକ ବଜାର ପ୍ରାଙ୍ଗଣ ପ୍ରଦୂଷଣ ମୁକ୍ତ ପାଇଁ ବିଡିଓ ଙ୍କୁ ଦାବି ପତ୍ର ପ୍ରଦାନ କଲେ ବରିଷ୍ଠ ନାଗରିକ ସଂଗଠନ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ସ୍ଥିତ ଦୈନିକ ପରିବା ବଜାର ପ୍ରାଙ୍ଗଣରେ କୁଢ଼ କୁଢ଼ ମଇଳା ଜମି ସମଗ୍ର ପରିବେଶ ପ୍ରଦୂଷିତ ହେଉଅଛି । ଏହାର କୌଣସି ପ୍ରକାର ରକ୍ଷଣାବେକ୍ଷଣ କରା ଯାଉ ନାହିଁ । ବର୍ଷା ଦିନ ହେତୁ ବର୍ଷା ପାଣି ଜମିରହି କର୍ଦ୍ଦମାକ୍ତ ହୋଇ ଯାଉଛି ପରିସର । ସର୍ବଦା ମଶା ମାଛି ଭଣଭଣ l ପୁନଶ୍ଚ ଏଠାରେ ଶୌଚାଳୟ ନ ଥିବାରୁ ବଜାର କୁ ଆସୁଥିବା ବ୍ୟକ୍ତି ବିଶେଷଙ୍କ ବହୁ ଅସୁବିଧା ସୃଷ୍ଟି ହେଉଛି। ବିଶେଷ କରି ମହିଳା ମାନେ l ଏ ସବୁ ବିଷୟକୁ ହୃଦୟଙ୍ଗମ କରି ବୀରମହାରାଜପୁର ର ସଚେତନ ତଥା ବରିଷ୍ଠ ନାଗରିକ ସଂଗଠନର ସଦସ୍ୟ ମାନେ ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ନେତୃତ୍ବରେ ସୋମବାର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୀରମହାରାଜପୁର ଙ୍କ କାର୍ଯ୍ୟାଳୟରେ ଦୈନିକ ବଜାର ପ୍ରାଙ୍ଗଣକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଏକ ଦାବିପତ୍ର ବିଡ଼ିଓଙ୍କ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ପ୍ରଦାନ କରିଛନ୍ତି ।ଏଥିରେ ସଙ୍ଗଠନ ର ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢୀ , ଭାଗବାନ ମିଶ୍ର , ଉପ ସଭାପତି ସୌମିତ୍ରି ମେହେର , ସମ୍ପାଦକ ସନ୍ତୋଷ କୁମାର ଷଡଙ୍ଗୀ , ପୂର୍ବତନ ସମ୍ପାଦକ ବଲରାମ କାଣ୍ଡ , ବରିଷ୍ଠ ସଦସ୍ୟ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା , ବାସୁଦେବ ପଣ୍ଡା , ଅକ୍ଷୟ କୁମାର ମିଶ୍ର , ଅକ୍ରୂର ଦନ୍ତା , ଚମରl ମହାକୁର , ଜୀତେନ୍ଦ୍ର ପଧାନ , ସୁରୁ ସାହୁ , ପ୍ରମୁଖ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ