Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାମଗାଁ ଆଞ୍ଚଳିକ ହାଇସ୍କୁଲରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ

ଝାରସୁଗୁଡ଼ା ୭/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ବେଳପାହାଡ଼ ରେଞ୍ଜ ଅଧିନସ୍ଥ କଦମଡିହି ଫରେଷ୍ଟ ସେକ୍ସନ ପକ୍ଷରୁ ଜାମଗାଁ ଆଞ୍ଚଳିକ ହାଇସ୍କୁଲରେ ୭୬ ତମ ବନ ମହୋତ୍ସବ ତଥା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ନବୀନ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଏକ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜାମଗାଁ ସରପଞ୍ଚ ଗୋପୀନାଥ ସାଏ ମୁଖ୍ୟ ଅତିଥି ଯୋଗଦେଇ ଦୀପ ପ୍ରଜ୍ବଳନ ପୁର୍ବକ କାର୍ଯ୍ୟକ୍ରମକୁ ଶୁବାରମ୍ଭ କରିଥିଲେ । ପ୍ରଥମେ ବନରକ୍ଷୀ ସଂଗୀତା ସାମନ୍ତରାୟ ବନ ମହୋତ୍ସବ ପାଳନ ଉଦ୍ଦେଶ୍ୟ ଓ ବୃକ୍ଷ ରୋପଣ ର ମହତ୍ତ୍ଵ ଉପରେ ଆଲୋକପାତ କରିଥିବା ବେଳେ ମୂଖ୍ୟ ଅତିଥି ଜାମଗାଁ ସରପଞ୍ଚ ଶ୍ରୀ ସାଏ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବର୍ତ୍ତମାନ ଯେଭଳି ଭାବରେ ଦିନକୁ ଦିନ ଜଙ୍ଗଲ ଧ୍ଵଂସ ହେବାରେ ଲାଗିଛି ଆଗାମୀ ଦିନରେ ଆମ ଭବିଷ୍ୟତ ପିଢ଼ି ପାଇଁ ଅନେକ ବିପଦ ସୃଷ୍ଟି କରିବ । ତେଣୁ ଏବେ ଠାରୁ ଆମେ ସମସ୍ତେ ଏକତ୍ରିତ ହୋଇ ନୂତନ ବନୀକରଣ ସୃଷ୍ଟି କରି ପରିବେଶ କୁ ସବୁଜ ସୁନ୍ଦର କରିବା ପାଇଁ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଥିଲେ । ସେହିଭଳି ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଦୀପ ଦାସ, ଅଶ୍ୱିନୀ ବଢ଼େଇ, କୃଷ୍ଣ ବିହାରୀ ସାହୁ, ସୁକାନ୍ତ ବାଗ, ୱାର୍ଡ ସଭ୍ୟ ବିକ୍ରମ ଡନସନା ଓ ଥଣ୍ଡାରାମ ଭୋଇ,ପଞ୍ଚାୟତ ନିର୍ବାହୀ ଅଧିକାରୀ ପୂଜା ପ୍ରୀତିପନ୍ନା ପଧାନ, ଏଡିଇଓ ଝରଣା କାନ୍ତ ପୋଢ଼, ଏମବିକେ ପୁଷ୍ପାଞ୍ଜଳି ସାହୁ, ସିଆରପି ପୁନମ ଭୋଇ, ସୌଦାମିନୀ ପଧାନ ଓ ଅଞ୍ଜନା ସା ନିମନ୍ତ୍ରୀତ ଅତିଥି ଭାବେ ଯୋଗଦାନ କରି ପରିବେଶ ସୁରକ୍ଷା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଦିଗ ଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ବନରକ୍ଷୀ ଯୁଧିଷ୍ଠିର ବାରୁ, ମୋତିଲାଲ ବଗାର, ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ, ବନ ସୁରକ୍ଷା ସମିତିର ସଦସ୍ୟ ସାମିଲ ହୋଇ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ । ସହକାରୀ ଶିକ୍ଷକ କୃଷ୍ଣ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ