Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନଡିଆରଏଫ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା ସଚେତନତା

ଝାରସୁଗୁଡ଼ା ୭/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକ ଅନ୍ତର୍ଗତ ଭିକମପାଲି ଓ କନକତୋରା ହାଇସ୍କୁଲରେ କଟକ ଏନଡିଆରଏଫ ବିଭାଗ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା ପାଇଁ ସଚେତନତା ଶିବିର ଓ ମକଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଏନଡିଆରଏଫ ୩ୟ ବାଟାଲିୟନର ଇନ୍ସପେକ୍ଟର ସନ୍ତୋଷ କୁମାର ସାହୁ,ସବ ଇନ୍ସପେକ୍ଟର ଏମ.କେ.ଚୌଧୁରୀ ଏବଂ ତାଙ୍କ ସହିତ ଆସିଥିବା ସହକର୍ମୀ ପ୍ରାକୃତିକ ବିପର୍ଯ୍ୟୟ ବେଳେ କେଉଁ ସବୁ ପଦ୍ଧତି ଅବଲମ୍ବନ କରି ତାର ଦୃଢ଼ ମୁକାବିଲା କରାଯାଇ ପାରିବ ସେ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ରଣ କୌଶଳ ପ୍ରଦର୍ଶନ କରି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏଥିସହ ନିଆଁ ଲିଭାଇବା, ସାପ କାମୁଡ଼ା, ବନ୍ୟାବାତ୍ୟା,ବଜ୍ରପାତ ଭଳି ଦୈବୀ ଦୁର୍ଘଟଣା ସମୟରେ କିପରି ବିପନ୍ନ ଲୋକଙ୍କୁ ରକ୍ଷା କରିବା ସେ ଉପରେ ମଧ୍ୟ ସଚେତନା ବାର୍ତ୍ତା ଦେଇଥିଲେ ।
ଭିକମପାଲି ହାଇସ୍କୁଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଜ୍ୟୋତିଷ ସାହୁ,ବୃନ୍ଦାବନ ସୁନା, ସୁଶୀଲ କୁମାର ମେହେର, ମାଧବୀ ଲତା ଖମାରୀ,ଅନୁପମା ସାହୁ,ଏକଲବ୍ୟ ମେହେର ପରିଚାଳନାରେ ସହଯୋଗ କରିଥିଲେ । ସେହିଭଳି କନକତୋରା ହାଇସ୍କୁଲର ପ୍ରଧାନ ଶିକ୍ଷକ ଚୂଳଧର ପଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ତ୍ରିଲୋଚନ ପଧାନ,ମିତ୍ରଭାନୁ ସହି, ଅନିତା ପଧାନ, ରାକେଶ ପଧାନ,ନରେଶ ପଧାନ,ସୋନି ମହାରଣା,ସାଗରିକା ନନ୍ଦ,ବିଭାସ ଭୋଇ ପ୍ରମୂଖ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ