Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ୟାଞ୍ଚଳ ପରିଦର୍ଶନ କଲେ କଙ୍ଗନା ରାଣାୱତ, କହିଲେ ମୋ ପାଖରେ ରିଲିଫ ଫଣ୍ଡ କି ଟଙ୍କା ନାହିଁ…

ମଣ୍ଡି: ହିମାଚଳ ପ୍ରଦେଶର ଥୁନାଗ ଅଞ୍ଚଳରେ ବାଦଲ ଫାଟିବା ଫଳରେ ଆକସ୍ମିକ ବନ୍ୟା ଆସିଥିଲା। ଯାହାଫଳରେ ଥୁନାଗ ଅଞ୍ଚଳ ଏବଂ ଆଖପାଖ ଅଞ୍ଚଳରେ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହି ସମୟରେ ମଣ୍ଡିର ବିଜେପି ସାଂସଦ କଙ୍ଗନା ରାଣାୱତ ସେହି ଅଞ୍ଚଳ ଗୁଡିକ ପରିଦର୍ଶନ କରିଥିଲେ।

ଏହି ଅବସରରେ ସେ କହିଥିଲେ ଯେ ଆମ ସରକାର ଏବଂ ପ୍ରଶାସନ ପରିସ୍ଥିତି ନଜର ରଖିଛନ୍ତି ଏବଂ ରିଲିଫ୍ ଯୋଗେ ଜରୁରୀ ସାମଗ୍ରୀ ବଣ୍ଟନ କରାଯାଉଛି। ତେବେ ରାସ୍ତା ସଂଯୋଗ ପୁନଃସ୍ଥାପିତ କରାଯିବା ନେଇ ମଧ୍ୟ କଙ୍ଗନା କହିଥିଲେ। ବର୍ତ୍ତମାନ୍ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଥାଇ ମଧ୍ୟ ସେଠାକାର ପରିସ୍ଥିତି ବିଷୟରେ ଅବଗତ ଅଛନ୍ତି ଓ ଯଥା ସମ୍ଭବ ସହାୟତା ଯୋଗାଇ ଦିଆଯିବା ନେଇ ମଧ୍ୟ କହିଛନ୍ତି।

ଏକ ସାକ୍ଷାତକାରରେ କଙ୍ଗନା ମଣ୍ଡିର ପରିସ୍ଥିତି ବିଷୟରେ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ ଏଠାକାର ପରିସ୍ଥିତି ବହୁତ୍ ଶୋଚନୀୟ ଅଛି। ଏଠାକାର ବାସିନ୍ଦା ମାନଙ୍କର ବହୁତ୍ କ୍ଷତି ଘଟିଛି। ତେବେ ଜଣେ ସାଂସଦ ହିସାବରେ କେନ୍ଦ୍ରରୁ ରିଲିଫ୍ ପାଣ୍ଠି ଆଣିବା ତାଙ୍କର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି କାରଣ ତାଙ୍କର କୌଣସି ନିଜସ୍ୱ ପାଣ୍ଠି ନାହିଁ କି କୌଣସି କ୍ୟାବିନେଟ୍ ମଧ୍ୟ ନାହିଁ। ଜଣେ ସାଂସଦଙ୍କ କାମ ସୀମିତ ଅଟେ ବୋଲି ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ