Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରବଳ ବର୍ଷା ଯୋଗୁଁ କେଦାରନାଥ ଯାତ୍ରା ବନ୍ଦ

ରୁଦ୍ରପ୍ରୟାଗ: ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡର ପାହାଡିଆ ଜିଲ୍ଲା ମାନଙ୍କରେ ରବିବାର ରାତିରୁ ପ୍ରବଳ ମାତ୍ରାରେ ବର୍ଷା ଜାରି ରହିଛି। ଅଳକନନ୍ଦା ଏବଂ ମନ୍ଦାକିନୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଆଗକୁ ଯଦି ବର୍ଷା ବନ୍ଦ ନହୁଏ ପରିସ୍ଥିତି ଆହୁରି ମଧ୍ୟ ଭୟଙ୍କର ହେବା ନେଇ ଆଶଙ୍କା କରାଯାଉଛି।

ଏପରି ଭୟାବହ ପରିସ୍ଥିତିରେ ପର୍ବତମାଳାରେ ପାଣିପାଗ ବିଭାଗ ତରଫରୁ ଭୂସ୍ଖଳନର ଚେତାବନୀ ମଧ୍ୟ ଜାରି କରାଯାଇଛି। କେଦାରନାଥ ରାଜପଥର ସୋନପ୍ରୟାଗ-ଗୌରୀକୁଣ୍ଡ ମଧ୍ୟରେ ମୁଙ୍କଟିଆରେ ପାହାଡ଼ରୁ ଲଗାତାର ଭୂସ୍ଖଳନ ହେଉଥିବାର ସୂଚନା ମିଳୁଛି। ଯାହାଫଳରେ କେଦାରନାଥ ଧାମକୁ ଯାଉଥିବା ଭକ୍ତମାନଙ୍କୁ ସୋନପ୍ରୟାଗରେ ହିଁ ଅଟକାଇ ଦିଆଯାଇଛି। ତେବେ ରୁଦ୍ରପ୍ରୟାଗ ଜିଲ୍ଲାରେ ମଧ୍ୟ ବର୍ଷା ଯୋଗୁଁ ପରିସ୍ଥିତି ସଙ୍କଟାପନ୍ନ ହୋଇଯାଇଛି।

ରୁଦ୍ରପ୍ରୟାଗରେ ସଙ୍ଗମ ସ୍ଥଳର ତଳ ଅଂଶ ମଧ୍ୟ ନଦୀରେ ସମ୍ପୂର୍ଣ୍ଣ ବୁଡ଼ି ରହିଛି ଓ ପଥର ଖସିବା ଯୋଗୁଁ ଯାତ୍ରୀମାନେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ଏଥିସହିତ ସିରୋବାଗଡରେ ବଦ୍ରିନାଥ ରାଜପଥରେ ମଧ୍ୟ ପାହାଡ଼ରୁ ଭୂସ୍ଖଳନ ହେଉଥିବାରୁ ସେଠାକାର ସମସ୍ତ ରାସ୍ତା ବନ୍ଦ କରିଦିଆଯାଇଛି। ତେବେ ଗତ ତିନି ଦଶନ୍ଧି ଧରି ବର୍ଷା ଋତୁରେ ଚାରିଧାମ ପାଇଁ ଆସୁଥିବା ତୀର୍ଥଯାତ୍ରୀ ମାନେ ଓ ରୁଦ୍ରପ୍ରୟାଗ ଏବଂ ଚାମୋଲି ଲୋକମନେ ସିରୋବାଗଡ ପାହାଡ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜପଥ ବନ୍ଦ ହେବାଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଫସି ରହିଛି। ତେବେ ଏହାକୁ ଯଥାଶୀଘ୍ର ସାମାନ୍ୟ ପରିସ୍ଥିତିକୁ ଆଣିବା ପାଇଁ NH ବିଭାଗର ମେସିନଗୁଡ଼ିକ ରାଜପଥରୁ ଭଗ୍ନାବଶେଷ ହଟାଇବାରେ ନିୟୋଜିତ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ