ଓଡିଶା ଲୋକ ଦଳର କାର୍ଯ୍ୟକର୍ତ୍ତା ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଏକ ଦାବି ପତ୍ର ପ୍ରଦାନ


ସୋନପୁର : (ସୌମିତ୍ରି ମେହେର) ପଶ୍ଚିମ ଓଡିଶା ପ୍ରଭାରୀ ଦିବାକର ପୁଟେଲ ଙ୍କ ନେତୃତ୍ୱ ରେ ସୁବର୍ଣ୍ଣପୁର ଜିଲ୍ଲା ରେ ଓଡିଶା ଲୋକ ଦଳ ର ସଚେତନ ପରିବର୍ତନ ଯାତ୍ରା ଅନୁଷ୍ଠିତ ହେଇଥିଲା । ସୋନପୁର ସ୍ଥିତ ରୋୟାଲ ପଡିଆ ରୁ ଵସଷ୍ଟାଣ୍ଡ ଦେଇ ଜିଲ୍ଲାପାଳ ଅଫିସ କୁ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଙ୍କୁ ୧୨ ଦଫା ଦାବି ପତ୍ର ଦେଇଛନ୍ତି ଲୋକଦଳ ର କର୍ମକର୍ତ୍ତା । ପ୍ରମୁଖ ଦାବି ମଧ୍ୟ ରେ ସୁବର୍ଣ୍ଣପୁର ଜିଲ୍ଲା କୁ ସ୍ଵତନ୍ତ୍ର ଜିଲ୍ଲା ର ମାନ୍ୟତା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ MULTI SPECIALITY HOSPITAL ରେ ପରିଣତ, ରିଂ ରୋଡ କାମ ଶୀଘ୍ର ସମ୍ପୂର୍ଣ୍ଣ, ସୋନପୁର ସୂତାକଳ କୁ ପୁନରୁଦ୍ଧାର, ପାତାଳୀ ଶ୍ରୀକ୍ଷେତ୍ର ର ପର୍ଯ୍ୟଟନ ବିକାଶ, ସୋନପୁର ପାଟ ବ୍ୟବସାୟ ର ସୁଦୂର ବ୍ୟବସାୟୀକରଣ, ଓମ୍ କେନାଲ କୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ, ସୋନପୁର ଜିଲ୍ଲା ରୁ ରାୟପୁର କୁ ଟ୍ରେନ ଚଳାଚଳ ପରି ୧୨ ଦଫା ସମ୍ମିଳିତ ଦାବି ଥିବା ଗଣମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଭାପତି ସନ୍ତୋଷ ନାରାୟଣ, ସମ୍ବିତ କୁମାର ପଣ୍ଡା , ଦିବାକର ପୁଟେଲ , ସତିଶ କୁମାର ନନ୍ଦ , ଅଭିଷେକ ଦାଶ ଓ ରାଧାକାନ୍ତ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।