Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଖଡ଼ଗେଙ୍କୁ କୋର୍ଟଙ୍କ ସମନ, ଜୁଲାଇ ୧୦ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପଞ୍ଜାବର ସଙ୍ଗରୁରର ଏକ ଜିଲ୍ଲା ଅଦାଲତ ୧୦୦ କୋଟି ଟଙ୍କାର ମାନହାନୀ ମାମଲାରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସମନ ଜାରି କରିଛି। ହିନ୍ଦୁ ସୁରକ୍ଷା ପରିଷଦ ବଜରଙ୍ଗ ଦଳ ହିନ୍ଦର ସଂସ୍ଥାପକ ହିତେଶ ଭରଦ୍ଵାଜ ନିକଟରେ ସଂପନ୍ନ କର୍ଣ୍ଣାଟକ ନିର୍ବାଚନରେ ବଜରଙ୍ଗ ଦଳ ବିରୋଧରେ ଅପମାନଜନକ ଟିପ୍ପଣୀ ପାଇଁ ଖଡ଼ଗେଙ୍କ ବିରୋଧରେ ସ୍ଥାନୀୟ ଅଦାଲତରେ ମାନହାନୀ ମାମଲା ଦାୟର କରିଛନ୍ତି। ସିଭିଲ୍ ଜଜ(ସିନିୟର ଡିଭିଜନ) ରମନଦୀପ କୌରଙ୍କ ଅଦାଲତ ଖଡ଼ଗେଙ୍କୁ ଜୁଲାଇ ୧୦ ସୁଦ୍ଧା କୋର୍ଟରେ ହାଜର ହେବାକୁ କହିଛନ୍ତି।

ହିତେଶ ଭରଦ୍ଵାଜ ଦାବି କରିଛନ୍ତି ଯେ, କଂଗ୍ରେସ ନେତା ବଜରଙ୍ଗ ଦଳର ତୁଳନା ଦେଶ ବିରୋଧୀ ସଂଗଠନ ସହ କରିଛନ୍ତି। କର୍ଣ୍ଣାଟକରେ କ୍ଷମତାକୁ ଆସିଲେ ବଜରଙ୍ଗ ଦଳ ଉପରେ କଟକଣା ଲଗାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏପରିକି କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ପେଜ୍ ନମ୍ବର ୧୦ରେ କଂଗ୍ରେସ ବଜରଙ୍ଗ ଦଳର ତୁଳନା ଦେଶଦ୍ରୋହୀ ସଂଗଠନ ସହ କରିଛନ୍ତି। ମାମଲାରେ ଜିଲ୍ଲା ଅଦାଲତ କେସକୁ ସୂଚୀବଦ୍ଧ କରିଛନ୍ତି। ସିଭିଲ୍ ଜଜ ରମନଦୀପଙ୍କ ଅଦାଲତ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଜୁଲାଇ ୧୦ ସୁଦ୍ଧା କୋର୍ଟରେ ହାଜର ହେବାକୁ ନୋଟିସ୍ ଜାରି କରିଛନ୍ତି।

କଣ ମାମଲା

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ନିଜର ନିର୍ବାଚନୀ ଇସ୍ତାହାରରେ ସରକାରକୁ ଆସିଲେ ପିଏଫଆଇ ଏବଂ ବଜରଙ୍ଗ ଦଳକୁ ବ୍ୟାନ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଏହି ମାମଲା ରାଜ୍ୟ ରାଜନୀତିକୁ ବେଶ ସରଗରମ କରିଥିଲା। ବିଜେପି ଅନେକ ରାଲିରେ ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଥିଲା। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସଭାଗୁଡ଼ିକରେ କଂଗ୍ରେସ ବଜରଙ୍ଗ ବଲିଙ୍କ ଅପମାନ କରିଥିବା ଅଭିଯୋଗ କରିଥିଲେ।