ଭାଲିଆପଦର ଗାଁ ଭଜମନ କର୍ଣ୍ଣ ର ସଡ଼କ ଦୁର୍ଘଟଣାରେ ମୃତ୍ୟୁ


ବୀରମହାରାଜପୁର : (ସୌମିତ୍ରି ମେହେର) ସଡକ ଦୁର୍ଘଟଣାରେ ଜଣକର ମୃତ୍ୟୁ ପରେ ଡାକ୍ତରଖାନାରେ ପୋଷ୍ଟମଟମକୁ ନେଇ ବିଳମ୍ବ ପରେ ଡାକ୍ତରଖାନାରେ ଧାରଣା ଦେଲେ ସମ୍ପର୍କୀୟ ଓ ଗ୍ରାମବାସୀ । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ମୃତକ ଜଣକ ହେଲେ ବୀରମହାରାଜପୁର ଥନା ଭଲିଆପଦର ଗାଁର ୪୮ ବର୍ଷୀୟ ଭଜମନ କର୍ଣ୍ଣ । ଆଜି ଭଜମନ ଏକ ସ୍କୁଟିରେ ଯାଉଥିବା ସମୟରେ ବୀରମହାରାଜପୁର-ସୋନପୁର ରାସ୍ତାର ପଣ୍ଡାପାଲି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କୁ ତୁରନ୍ତ ଅମ୍ବୁଲାନ୍ସ ଯୋଗେ ସୋନପୁର ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ସାକାଳ ୧୦ ଘଂଟା ସମୟରୁ ଡାକ୍ତର ମୃତ ଘୋଷଣା କରିଥିଲେ ମଧ୍ୟ ସାଢେ ଚାରିଟା ସମୟ ପର୍ଯ୍ୟନ୍ତ ପୋଷ୍ଟମଟମ କରାନଯିବାରୁ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଡାକ୍ତରଖାନା ପରିସରରେ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁଙ୍କ ସମେତ ସମ୍ପର୍କୀୟ ଓ ଗ୍ରାମବାସୀ ଧାରଣାରେ ବସିଥିଲେ । ପରେ ବୀରମହାରାଜପୁର ପୋଲିସ ପହଂଚିଲା ପରେ ଶବ ଇନକ୍ୟେୁଷ୍ଟ କରାଯିବା ସହ ବ୍ୟବଚ୍ଛେଦ କରାଯାଇଛି I