ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ରେ ଆଜି ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ତଥା ଶ୍ରୀ ମନ୍ଦିର ବିଜେ ଅନୁଷ୍ଠିତ ହୋଇଯାଇଛି । ବାହୁଡା ପରେ ଶ୍ରୀଜୀଉ ରଥାରୂଢ ହୋଇ ରହିଥିଲେ ।ପରେ ରଥରେ ଶ୍ରୀଜୀଉଙ୍କ ସୁନାବେଶ ଓ ଅଧରପଣା ନୀତି ସମ୍ପାଦନ କରାଯାଇଥିଲା ।ଆଜି ଅପରାହ୍ନ ୩ ଟାରେ ଶ୍ରୀଜୀଉଙ୍କୁ ରଥରୁ ଅବତରଣ କରାଇ ଛଳିଆ ପାଦଦେଶରୁ ଶ୍ରୀ ମନ୍ଦିର ଅଭିମୁଖେ ଗୋଟି ପହଣ୍ଡିରେ ନିଆଯାଇଥିଲା । ଶ୍ରୀଜୀଉଙ୍କ ରସଗୋଲା ଭୋଗ ଓ ରତ୍ନ ସିଂହାସନ ବିଜେ ଆଦି ନୀତି କରାଯାଇଥିଲା । ଗାଁର ଗୈନ୍ତିଆ ଚମରା ଅମାତ ଛେରାପହଁରା କରିଥିଲେ । ବିଶେଶ୍ଵର ପାଢୀ , ଅନିରୁଦ୍ଧ ପାଢୀ , ସୁଧାକର ପୁରୋହିତ ଓ ବଦ୍ରି ନାରାୟଣ ଶତପଥୀ ପହଣ୍ଡି ଗୀତ ବୋଲିଥିଲେ । ଘଣ୍ଟ , ଶଙ୍ଖ , ହୁଳାହୁଳି , ପହଣ୍ଡି ଗୀତ , ନାମ ସଂକିର୍ତନ ରେ ଗର୍ଜି ଉଠୁଥିଲା ପାତାଳୀ ପରିବେଶ । ଗରିଆପାଲି ନାମ ସଂକିର୍ତ୍ତନ ଦ୍ଵାରା ଉଦଣ୍ଡୀ କିର୍ତ୍ତନ ପରିବେଷଣ କରିଥିଲେ । ବହୁ ଦୂର ଦୂରାନ୍ତରୁ ହଜାର ହଜାର ଭକ୍ତ ତଥା ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ପ୍ରଭୁକୃପା ପାଇଁ ଧାଇଁ ଆସିଥିଲେ ।
ପାତାଳୀ ଶ୍ରୀକ୍ଷେତ୍ର ରେ ମହାପ୍ରଭୁଙ୍କ ନିଳାଦ୍ରି ବିଜେ ଅନୁଷ୍ଠିତ
