ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଡ଼୍ରାଇଭର ସଂଘ ଷ୍ଟିୟରିଂ ଛାଡ ଆନ୍ଦୋଳନ ରେ ଓହ୍ଲାଇ ଥିବା ଦେଖାଯାଇଛି । ଓଡ଼ିଶା ରାଜ୍ୟ ଡ଼୍ରାଇଭର ମହା ସଂଘର ଡାକରା କ୍ରମେ ୫ ଦଫା ଦାବି ନେଇ ଆନ୍ଦୋଳନ କରୁଥିବା ବୀରମହାରାଜପୁର ଡ଼୍ରାଇଭର ସଂଘ ର ସଭାପତି ଦୋଳଗୋବିନ୍ଦ ବେହେରା କହିଛନ୍ତି । ପୂର୍ବ ସରକାର ଥିବା ବେଳେ ୭ ଦଫା ଦାବି ନେଇ ଓଡ଼ିଶା ରାଜ୍ୟ ଡ଼୍ରାଇଭର ମହା ସଂଘ ପକ୍ଷରୁ ଆନ୍ଦୋଳନ କୁ ଓଳାହାଇଥିଲା । ସେ ସମୟରେ ମହାସଂଘ ର ୨ ଟି ଦବି ପୁରାଣ ହୋଇଥିଲା । ସେତେବେଳେ ବିଜେପି ସରକାର ରେ ନଥାଇ ମହାସଂଘ ର ଦାବିକୁ ସମର୍ଥନ ଜଣାଇଥିଲେ । ଏବେ ବିଜେପି ସରକାର ରେ ଥାଇ ଡ଼୍ରାଇଭର ମହା ସଂଘ ର ଦlବି ପୁରଣ କରୁନଥିବା ଡ଼୍ରାଇଭର ସଂଘ ଅଭିଯୋଗ କରିଛନ୍ତି। ପୂର୍ବରୁ ବାକିଥିବା ୫ ଦଫା ଦାବି ପୂରଣ ସହିତ ଗାଡ଼ି କୁ ପୋଲିସ ଯାଞ୍ଚ କୁ ବିରୋଧ କରି ଆନ୍ଦୋଳନ କରିଥିବା ସଂଘ ପକ୍ଷରୁ କହିଛନ୍ତି । ଡ଼୍ରାଇଭର ମାନଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ସମସ୍ତ ବେସରକାରୀ ବସ, ସମସ୍ତ ଟେକ୍ସି ବନ୍ଦ ରହିଛି । ଯାତ୍ରୀ ମାନେ ଯିବା ଆସିବା ପାଇଁ ବହୁତ୍ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖାଯାଇଛି । ବସଷ୍ଟାଣ୍ଡ କୁ ଲୋକେ ଆସି ମଧ୍ୟ ହଇରାଣ ହୋଇଛନ୍ତି । ଭିନ୍ନ ସ୍ଥାନରେ ବସ ଟ୍ରକ୍ ଗୁଡ଼ିକ ଅଟକି ରହିଛି । କେବଳ ଜରୁରି ସେବା କୁ ଆନ୍ଦୋଳନ ରୁ ବାଦ ଦିଆଯାଇଛି ।
ବୀରମହାରାଜପୁର ରେ ଡ୍ରାଇଭର ସଂଘ ର ଷ୍ଟିଅରିଂ ଛାଡ ଆନ୍ଦୋଳନ
