Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଗାଣ ବର୍ଷାରେ ବେହାଲ ଦେଓପାଲି ଲିମଡିହି ରାସ୍ତା ବିପଦ ପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛନ୍ତି ଛାତ୍ରଛାତ୍ରୀ

ଝାରସୁଗୁଡ଼ା ୯/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ମଚିଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଓପାଲି ଗାଁରୁ ଲିମଡିହି ଆରଡ଼ି ରାସ୍ତାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ମୌସୁମୀ ଜନିତ ବର୍ଷା ଯୋଗୁଁ ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇ ପାଣି ଜମି ରହିବା ସହ ରାସ୍ତା ସାରା କାଦୁଅରେ ଭର୍ତ୍ତି ରହିଛି । ଯାହା ଦ୍ୱାରା ସେହି ରାସ୍ତାରେ ଯିବା ଆସିବା ବେଳେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।।
ସୂଚନା ଥାଉକି ଏନଏଚ ୪୯ ଭିକମପାଲି ଛକ ଠାରୁ ଭାୟା ଲିମଡିହି ଗାଁ ଦେଇ ଯାଇଥିବା ଆରଡି ରାସ୍ତାଟି ସୀମାନ୍ତ ସୁନ୍ଦରଗଡ ଜିଲ୍ଲାର ଲିପସପାଲି, ନକାଡେରା ତଥା ଛତିଶଗଡ଼ ରାୟଗଡ଼ ଜିଲ୍ଲାର କୋଇଲଙ୍ଗା, ଭୂୟାଁପାଲି, ବେହେରାପାଲି, ଛୁଇଁପାଲି, ଜାମଗାଓଁ, ମନୁଆପାଲି ସ୍ଥିତ ଏମଏସପି ପାୱାର ପ୍ଲାଣ୍ଟ ଆଦି ତିନୋଟି ଜିଲ୍ଲାକୁ ସଂଯୋଗ କରୁଛି । ହେଲେ ଉକ୍ତ ଆରଡି ରାସ୍ତାର ଲିମଡିହି ଛକ ଠାରୁ ଭାୟା ଦେଓପାଲି ଦେଇ ରେଙ୍ଗାଲି କୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା କହିଲେ ନ ସରେ ।ପଡ଼ୋଶୀ ଛତିଶଗଡ଼ ରାୟଗଡ଼, ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲାର ସୀମାନ୍ତ ଅଞ୍ଚଳବାସୀଙ୍କ ପାଇଁ ଏହି ରାସ୍ତାଟି ଏକ ମାତ୍ର ସାହା ଭରସା । ରକ୍ଷଣା ବେକ୍ଷଣ ଅଭାବରୁ ସାମାନ୍ୟ ବର୍ଷାରେ ଉକ୍ତ ରାସ୍ତାରେ ବିଭିନ୍ନ ସ୍କୁଲ କଲେଜକୁ ଯାତାୟାତ କରୁଥିବା ଛାତ୍ରଛାତ୍ରୀ ତଥା ତିନି ଜିଲ୍ଲାର ଜନ ସାଧାରଣ ଯମଦଶା ଭୋଗ କରୁଥିବା ଅଭିଯୋଗ କରୁଛନ୍ତି । ରେଙ୍ଗାଲି ଗାଁ ମୁଣ୍ଡରୁ ଭାୟା ଦେଓପାଲି ଗାଁ ଦେଇ ଲିମଡିହି ଛକ ପର୍ଯ୍ୟନ୍ତ ଆରଡି ରାସ୍ତାକୁ ସଂଯୋଗ କରୁଥିବା ପ୍ରାୟ ୨ କିମି କଚ୍ଚା ରାସ୍ତାକୁ ପିଚୁରାସ୍ତା ତିଆରି କରିବା ପାଇଁ ଦୀର୍ଘ ଦୁଇ ଦଶନ୍ଧି ଧରି ଅଞ୍ଚଳବାସୀ ଦାବି କରି ଆସୁଥିଲେ ମଧ୍ୟ ନିର୍ବାଚିତ ଜନ ପ୍ରତିନିଧି କିମ୍ବା ଜିଲ୍ଲା ପ୍ରଶାସନ ଏଥିପ୍ରତି କାହାରି ନଜର ପଡୁନାହିଁ । ତେଣୁ ଜିଲ୍ଲାପାଳ ସ୍ୱତନ୍ତ୍ର ଭାବେ ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉକ୍ତ ରାସ୍ତାକୁ ନିର୍ମାଣ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଦେଓପାଲି ଗ୍ରାମର ୱାର୍ଡ ସଭ୍ୟ ମୁକେଶ ସାହୁ ଓ କେଶବ ଭୋଇ, ୱାର୍ଡ ସଭ୍ୟା କୁମୁଦିନି ଧୁରୁଆଙ୍କ ସହ ଅଲେଖ ସାହୁ, ମୋତିରାମ ବିଶ୍ଵାଳ, ରମଣୀ ରଞ୍ଜନ ସାହୁ,ରଘୁନାଥ ସାହୁ,ନଳିନୀ ସାହୁ, ବଲ୍ଲଭ ସିଂ, ପ୍ରତାପ ସେଟଙ୍କ ସମେତ ଅଞ୍ଚଳବାସୀ ଦାବି କରୁଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ