Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଜୁରାସିକ୍ ୱାର୍ଲ୍ଡ ରିବର୍ଥ’ ଭାରତୀୟ ବକ୍ସ ଅଫିସରେ ଦମଦାର କଲେକ୍ସନ…

ମୁମ୍ବାଇ: ‘ଜୁରାସିକ୍ ୱାର୍ଲ୍ଡ ରିବର୍ଥ’ ଭାରତୀୟ ବକ୍ସ ଅଫିସରେ ଭଲ କଲେକ୍ସନ କରୁଥିବା ନେଇ ରିପୋର୍ଟ ମିଳିଛି। ସିତାରେ ଜମିନ୍ ପର, ମେଟ୍ରୋ ଇନ୍ ଦିନୋ ଏବଂ ମା’ ଭଳି ବଲିଉଡ୍ ଫିଲ୍ମକୁ ପଛରେ ପକାଇ ଏହି ଫିଲ୍ମ ଆଗକୁ ବଢି ଚାଲିଛି।

ଏହା ଓପନିଂ ୱିକେଣ୍ଡ ସହ ଛୁଟି ନଥିବା ଦିନ ମାନଙ୍କରେ ମଧ୍ୟ ଭଲ ବ୍ୟବସାୟ କରୁଛି। ସ୍କାରଲେଟ୍ ଜୋହାନସନଙ୍କ ଡାଇନୋସର-ଆଧାରିତ ଏହି ଫିଲ୍ମ ଭାରତରେ ତିନି ଦିନର ଓପନିଂ ୱିକେଣ୍ଡରେ ୩୮.୨ କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ପ୍ରଥମ ସୋମବାର ଦିନ ଫିଲ୍ମର ଆୟରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଥିଲା। ତଥାପି ମଙ୍ଗଳବାର ଅର୍ଥାତ୍ ଏହାର ପଞ୍ଚମ ଦିନରେ ଏହାର ଆୟରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଥିଲା ଏବଂ ୪.୩୯ କୋଟି ଟଙ୍କା ସଂଗ୍ରହ କରିଥିଲା ଯାହାକି ସୋମବାର ଦିନ ଠାରୁ ୭.୦୭% ଅଧିକ ଥିଲା।।

ତେବେ ସୋମବାର ଦିନ ଏହା ୪.୦୧ କୋଟି ଟଙ୍କା ସଂଗ୍ରହ କରିଥିଲା। ଏହି ଫିଲ୍ମ ଭାରତରେ ଏବେ ପର୍ଯ୍ୟନ୍ତ ପ୍ରାୟ ୪୭.୪୯ କୋଟି ଟଙ୍କା ସଂଗ୍ରହ କରିସାରିଛି। ତେବେ ଗାରେଥ୍ ଏଡୱାର୍ଡସ୍ ନିର୍ଦ୍ଦେଶିତ ଏହି ଫିଲ୍ମଟି ବୁଧବାର ସୁଦ୍ଧା ୫୦ କୋଟି ଟଙ୍କା ଅତିକ୍ରମ କରିବା ନେଇ ଆକଳନ କରାଯାଉଛି। ଯାହାକି ଭାରତୀୟ ବଜାରରେ କୌଣସି ହଲିଉଡ୍ ଫିଲ୍ମ ପାଇଁ ଏକ ରେକର୍ଡ ଅଟେ। ତେବେ ଏହା ବ୍ରାଡ୍ ପିଟ୍‌ଙ୍କ F1କୁ ଅତିକ୍ରମ କରିବା ନେଇ ଆଶା ରଖାଯାଇଛି କାରଣ ଏହି ଫିଲ୍ମ ଦୁଇ ସପ୍ତାହ ମଧ୍ୟରେ ମୋଟ ୫୨ କୋଟି ଟଙ୍କା ସଂଗ୍ରହ କରିଛି। ଏହି ଫିଲ୍ମଟିକୁ ଲୋକେ ପରିବାର ସହ ଆସି ଦେଖିବାକୁ ପସନ୍ଦ କରୁଛନ୍ତି।

ଏଥିରେ ସ୍କାରଲେଟ୍ ଜୋହାନସନଙ୍କ ବ୍ୟତୀତ, ମାହେରଶାଲା ଅଲି, ଜୋନାଥନ ବେଲି, ରୁପର୍ଟ ଫ୍ରେଣ୍ଡ, ମାନୁଏଲ୍ ଗାର୍ସିଆ-ରୁଲଫୋ, ଏଡ୍ ସ୍କ୍ରେନ୍ ଏବଂ ଲୁନା ବ୍ଲେଜ୍ ଅଭିନୟ କରିଥିବା ବେଳେ ଏଥିରେ ବିଜ୍ଞାନ-କଳ୍ପନା ର ଉନ୍ନତ ଧରଣ ର ମିଶ୍ରଣ କରାଯାଇଥିବାରୁ ଏହା ଲୋକମାନଙ୍କୁ ପସନ୍ଦ ଆସୁଅଛି। ଏହି ଫିଲ୍ମକୁ ହିନ୍ଦୀ, ତାମିଲ୍ ଓ ତେଲୁଗୁ ଭାଷାରେ ଡବ କରାଯାଇ ରିଲିଜ କରାଯାଇଅଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ