Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟେମେନରେ ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: ୟେମେନୀ ନାଗରିକ ତଲାଲ ଆବଦୋ ମହଦିଙ୍କ ହତ୍ୟା ମାମଲାରେ ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ମୃତ୍ୟୁଦଣ୍ଡ ରେ ଦଣ୍ଡିତ କରାଯାଇଛି। କେରଳର ୩୭ ବର୍ଷୀୟା ନିମିଷା ପ୍ରିୟାଙ୍କୁ ଜୁଲାଇ ୧୬ରେ ଫାଶି ଦିଆଯିବା ନେଇ ରିପୋର୍ଟରୁ ଜଣାପଡ଼ିଛି। ନିମିଷା ୨୦୦୮ରେ ତାଙ୍କ ପିତାମାତାଙ୍କୁ ସାହାଯ୍ୟ କରିବା ପାଇଁ ୟେମେନ ଯାଇଥିଲେ।

ଅନେକ ହସ୍ପିଟାଲରେ କାମ କରି ଦକ୍ଷତା ହାସଲ କରିବା ପରେ ନିଜର ଏକ କ୍ଲିନିକ୍ ଖୋଲିଥିଲେ। ତେବେ ୟେମେନର ନିୟମ ଅନୁସାରେ ସେଠାରେ କୌଣସି ବ୍ୟବସାୟ ଆରମ୍ଭ କରିବାକୁ ହେଲେ ସ୍ଥାନୀୟ ଲୋକଙ୍କ ସହିତ ସହଭାଗୀ ହେବା ବାଧ୍ୟତାମୂଳକ ଅଟେ। ଯେଉଁ କାରଣରୁ ସେ ୨୦୧୪ ମସିହାରେ ତଲାଲ ଆବଦୋ ମହଦିଙ୍କ ସହ ସଂସ୍ପର୍ଶରେ ଆସିଥିଲେ।

ତେବେ ପରେ ନର୍ସ ନିମିଷା ଏବଂ ତଲାଲଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ଆରମ୍ଭ ହୋଇଥିଲା। ଯାହାପରେ ନିମିଶା ତାଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଥିଲେ ଓ ପରେ ତଲାଲଙ୍କୁ ଗିରଫ କରାଯାଇଥିଲା। ତେବେ ତଲାଲଙ୍କ ଠାରୁ ନିମିଷା ତାଙ୍କ ପାସପୋର୍ଟ ଜବତ କରିବା ପାଇଁ ଆନାସ୍ଥେସିଆର ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଔଷଧର ଅତ୍ୟଧିକ ମାତ୍ରା ଯୋଗୁଁ ତଲାଲଙ୍କ ମୃତ୍ୟୁ ହୋଇଯାଇଥିଲା।

ପରେ ନିମିଷା ଏବଂ ତାଙ୍କର ଅନ୍ୟ ଜଣେ ୟେମେନର ସହଯୋଗୀ ହାନାନ ମିଶି ତଲାଲଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଏକ ପାଣି ଟାଙ୍କିରେ ଫିଙ୍ଗି ଦେଇଥିଲେ। ତେବେ ସେ ଦେଶ ଛାଡି ପଳାଉଥିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ୨୦୧୮ ମସିହାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ