କୁମାରକେଳି
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୁମାରକେଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ବିଦ୍ୟାଳୟ ର ଇକୋ କ୍ଲବ ଆନୁକୂଲ୍ୟରେ “ମାଁ ପାଇଁ ଗଛ ଟିଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ବୁଧବାର ପ୍ରଧାନ ଶିକ୍ଷକ ହୃଷିକେଶ ଚାନ୍ଦ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହଦା ସରପଞ୍ଚ ଆନନ୍ଦିନୀ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଭାପତି ରଞ୍ଜନ ପଧାନ ତଥା ବିନୋଦ ମହାପାତ୍ର , ପ୍ରମୋଦ ବେହେରା , ବନମାଳୀ ପଧାନ , ଗୌତମ ଭୋଇ ପ୍ରମୁଖ ଯୋଗଦାନ କରିଥିବା ବେଳେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ୩୧ ଜଣ ମାଁ ଯୋଗଦାନ କରି ନିଜ ନିଜ ପିଲାଙ୍କୁ ବୃକ୍ଷ ରୋପଣ ପାଇଁ ଉତ୍ସାହିତ କରିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଶିକ୍ଷକ ନରେନ୍ଦ୍ର ନାଗ ସ୍ୱାଗତ କରିଥିବା ବେଳେ ଶିକ୍ଷକ ଅଚ୍ୟୁତ ରଣା ଗଛର ମହତ୍ୱ ଉପରେ ଉପସ୍ଥିତ ଛାତ୍ର ଛାତ୍ରୀ ଏବଂ ଗ୍ରାମବାସୀ ଙ୍କୁ ବୁଝେଇ ଥିଲେ l ଶିକ୍ଷକ ଦିଲ୍ଲୀପ ପଣ୍ଡା ଏବଂ ସତ୍ୟ ନାରାୟଣ ମେହେର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ବୃକ୍ଷ ରୋପଣ ସହ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଓଡ଼ିଆ ପ୍ରବନ୍ଧ ରେ ପ୍ରଥମ ସ୍ଥାନ ମମି ପଧାନ , ଦ୍ଵିତୀୟ ମିଲି ଥାନାପତି ଓ ତୃତୀୟ ସ୍ୱୟଂ ସ୍ୱପ୍ନାରିକl ପଧାନ, କୁଇଜ ରେ ପ୍ରଥମ ସୃତିରେଖା ଖୁରା , ଦ୍ଵିତୀୟ ଆୟୁଷ ପଧାନ , ତୃତୀୟ ମନୀଷା ପଧାନ , ଚିତ୍ରାଙ୍କନ ରେ ପ୍ରଥମ ସ୍ଵାଗତିକା ପଧାନ , ଦ୍ଵିତୀୟ ଆନନ୍ଦି ନାଏକ , ତୃତୀୟ ସ୍ଥାନ ଲବଲୀ ପଧାନ ଅଧିକାର କରି ପୁରସ୍କୃତ ହୋଇଥିଲେ l ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗେଶ ପଧାନ, ଭୋଳାନାଥ ବେହେରା , ଆଶୁତୋଷ ମହାପାତ୍ର, ମାନସ ସେଠି , ଗଗନ ଭୋଇ , ଅମିତ ସେଠି ପ୍ରମୁଖ ସହଯୋଗ କରିଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ ପରିଚାଳନା କମିଟି ସଦସ୍ୟ କୁମାର ଖୁରା ।
କୁମାରକେଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ
