ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କ୍ଷେମାଲୋଏ ପଞ୍ଚାୟତ ଅନ୍ତର୍ଗତ ମାଉଳିମାଳ ଡ୍ରିମ୍ ସେଣ୍ଟର ଶିକ୍ଷା ହଷ୍ଟେଲରେ ଆଜି ନୂତନ ବର୍ଷ ପାଇଁ ଛାତ୍ରୀମାନଙ୍କୁ ପାଠ୍ୟ ପୁସ୍ତକ ବିତରଣ କରାଯାଇଛି । ହଷ୍ଟେଲ ସୁପରିଷ୍ଟେଣ୍ଡେଣ୍ଟ ପ୍ରେମରାଜ ଛତ୍ରିଆ ଙ୍କ ପରିଚାଳନାରେ ମୁଖ୍ୟଅତିଥି ଭାବରେ କ୍ଷେମାଲୋଏ ସରପଞ୍ଚ ଯଶୋବନ୍ତ ପଣ୍ଡା ଓ ସମ୍ମାନୀତ ଅତିଥି ଭାବରେ ୱ।ର୍ଡ ସଭ୍ୟ ନିମେଇଁ ଖେତି ଯୋଗ ଦେଇ ଛାତ୍ରୀଙ୍କୁ ଭଲଭାବରେ ପଢିବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ହାଉସ୍ ମଦର ପୁଷ୍ପାଞ୍ଜଳି କଲେତ ଉପସ୍ଥିତ ରହି ସାହାର୍ଯ୍ୟ ସହଯୋଗ କରିଥିଲେ । ଛାତ୍ରୀଙ୍କୁ ପଢିବା ପାଇଁ ପୁସ୍ତକ ଦରକାର ବୋଲି ମତପ୍ରକାଶ ରଖିଥିଲେ । ଚଳିତ ବର୍ଷ ପାଇଁ ଛାତ୍ରୀଙ୍କୁ ପାଠ୍ୟ ପୁସ୍ତକ ଦିଆଗଲା ।
ମଉଳିମାଳ ଡ୍ରିମ ସେଣ୍ଟର ଶିକ୍ଷା ହଷ୍ଟେଲ୍ ରେ ପାଠ୍ୟ ପୁସ୍ତକ ବଣ୍ଟନ
