Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମ ଭାରତୀୟ ନୁହେଁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପୁଣିଥରେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚା ରେ ଅଛନ୍ତି। କାଠମାଣ୍ଡୁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଭଗବାନ ରାମ ନେପାଳ ସୀମାନ୍ତ ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିଲେ ଓ ଏହି ସତ୍ୟକୁ ପ୍ରଚାର କରିବାରେ କୌଣସି ଭୟ ରହିବା ଉଚିତ୍ ନୁହେଁ।

ସେ ଆହୁରି କହିଥିଲେ ଯେ ରାମ ନେପାଳର ଥରୁରେ ଜନ୍ମ ଗ୍ରହଣ କରିଥିଲେ କିନ୍ତୁ ସେତେବେଳେ ଏହା ନେପାଳ ଅନ୍ତର୍ଭୁକ୍ତ ନଥିଲା। ଯେଉଁମାନେ ରାମଙ୍କୁ ଭଗବାନ ମାନନ୍ତି ସେମାନଙ୍କ ପାଇଁ ଥରୁ ଏକ ପବିତ୍ର ସ୍ଥାନ ବୋଲି ସେ କହିଥିଲେ। ତେଣୁ ଏହାକୁ ପ୍ରଚାର କରିବାରେ କୌଣସି ଦ୍ଵନ୍ଦ ରହିବା କଥା ନୁହେଁ ବୋଲି କହିଛନ୍ତି। ଭଗବାନ ଶିବ ଏବଂ ବିଶ୍ୱାମିତ୍ର ନେପାଳର ଅଟନ୍ତି ବୋଲି ସେ ଦାବି କରିଥିଲେ। ରାମ କୋଶୀ ନଦୀ ପାର ହୋଇ ପଶ୍ଚିମ ଦିଗରେ ଯାଇ ଲକ୍ଷ୍ମଣଙ୍କୁ ଶିକ୍ଷା ଦେଇଥିବା ବିଶ୍ଵାମିତ୍ର କହିଥିଲେ ଓ ଏସବୁ ନେପାଳର ସୁନସାରି ଜିଲ୍ଲାର ଅଞ୍ଚଳ ସହିତ ଜଡିତ ହେବା ସହ ବିଶ୍ୱାମିତ୍ର ଚାତ୍ରର ଥିଲେ ବୋଲି ରାମାୟଣ ରେ ଲେଖା ଥିବା ସେ କହିଛନ୍ତି।

ଓଲିଙ୍କ ଏପରି ବୟାନକୁ ନେପାଳର ଶାସକ ଦଳ ମଧ୍ୟ ସମାଲୋଚନା କରିଥିଲା। ଏପରି ବୟାନ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇପାରେ ବୋଲି କୁହାଯାଇଥିଲା।ତେବେ ଏସବୁକୁ ନେଇ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଏକ ସ୍ପଷ୍ଟୀକରଣ ଜାରି କରାଯାଇଛି।ସେପ୍ଟେମ୍ବର ୨୦୨୦ରେ ଓଲି ନେପାଳର ଥୋରିରେ ନିର୍ମାଣ ହେବାକୁ ଥିବା ଏକ ମନ୍ଦିର ପାଇଁ ରାମ-ସୀତାଙ୍କ ମୂର୍ତ୍ତି ପଠାଇଥିଲେ ଓ ଏହା ରାମଙ୍କ ପ୍ରକୃତ ଜନ୍ମଭୂମି କହି ବର୍ଣ୍ଣନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ