Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିତାମାତା ହେବାକୁ ଯାଉଛନ୍ତି ରାଜକୁମାର ରାଓ ଏବଂ ପତ୍ରଲେଖା

ମୁମ୍ବାଇ: ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ଘରେ ନୂଆ ଅତିଥି ଆଗମନ କରିବାକୁ ଯାଉଛି। ଏହି ଦମ୍ପତି ସମ୍ପ୍ରତି ଗର୍ଭବତୀ ହେବାର ଘୋଷଣା କରିଛନ୍ତି।ଏହି ଦମ୍ପତି ୯ ଜୁଲାଇ ୨୦୨୫ରେ ଇନଷ୍ଟାରେ ନୂଆ ଅତିଥି ଆସିବା ଖୁସି ଏକ ପୋଷ୍ଟ ମାଧ୍ୟମରେ ସେୟାର କରିଥିଲେ।

ସେମାନେ ୨୦୨୧ ନଭେମ୍ବରରେ ବିବାହ କରିଥିଲେ। ବର୍ତ୍ତମାନ ପ୍ରାୟ ଚାରି ବର୍ଷ ପରେ ଏହି ଦମ୍ପତି ପିତାମାତା ହେବାକୁ ଯାଉଛନ୍ତି। ପୋଷ୍ଟରେ, ଦମ୍ପତି ଲେଖିଛନ୍ତି, “ବେବି ଆସୁଛି।” ଏହି ପୋଷ୍ଟ ଖୁବ ଭାଇରାଲ ମଧ୍ୟ ହୋଇଥିଲା। ଅନେକ ସେଲିବ୍ରିଟି ଦମ୍ପତିଙ୍କୁ ଅଭିନନ୍ଦନ ବାର୍ତ୍ତା ପଠାଇବା ଆରମ୍ଭ କରିଥିଲେ। ସୋନାକ୍ଷୀ ସିହ୍ନା, ନୁସରତ ଭରୁଚା, ପୁଲକିତ ସମ୍ରାଟ, ଏଶା ଗୁପ୍ତା, ଭୂମି ପେଡନେକର, ମାନୁଷୀ ଚିଲ୍ଲର, ହୁମା କୁରେଶୀ ଏବଂ ଫାରାହ ଖାନଙ୍କ ସମେତ ଅନ୍ୟମାନେ ଦମ୍ପତିଙ୍କୁ ସେମାନଙ୍କର ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ