Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଁ ଗାଁରେ ବିକ୍ରି ହେଉଛି ନକଲି ଦେଶୀ ବିଦେଶୀ ମଦ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳରେ ବ୍ୟାପକ ଦେଶୀ ବିଦେଶୀ ମଦ ବିକ୍ରି ହେଉଛି । ଅବକାରୀ ବିଭାଗ ସବୁ ଜାଣି ଚୁପ୍ ରହୁଛି। ଫଳରେ ମଦ୍ୟପ ଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ବ୍ଲକ ର ଉପାନ୍ତ ଲୁତୁରପଙ୍କ ଓ ବହଳପଦର ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି। ଲୁତୁରପଙ୍କ ର ଗୁହିରା ଛକ, କୋହ୍ଲପଡା ଛକ , ଘିଚାପାଲି ସ୍ଥିତ ମେଟାକାନି ଛକ , ଲୁତୁରପଙ୍କ ପଞ୍ଚାୟତ ନିକଟ , ବହଳପଦର ଗ୍ରାମର ଗଣ୍ଡ ସାହି , କେନଝିରିଆପାଲି ପଞ୍ଚାୟତର ବଳିପାଲି ଗ୍ରାମରେ ବେଧଡକ ଭାବେ ବେଆଇନ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଉକ୍ତ ସ୍ଥାନ ମାନଙ୍କରେ ବିକ୍ରି ହେଉଥିବା ବିଦେଶୀ ମଦ ସବୁ ସ୍ଥାନୀୟ ଅଞ୍ଚଳରେ ଅସଲି ବୋତଲ ରେ ନକଲି ମଦ ପ୍ରସ୍ତୁତ କରାଯାଉଛି । ଏହା ସହିତ ଉପାନ୍ତ ଜଙ୍ଗଲରେ ଭାଟି ପ୍ରସ୍ତୁତି କରି ଦେଶୀ ମଦ ପ୍ରସ୍ତୁତି କରାଯାଉଛି। ଦେଶୀ ମଦ ରେ ଅତ୍ୟଧିକ ନିଶା ପାଇଁ ୟୁରିଆ ସାର, ସୁଲେସନ ଓ ଅନ୍ୟ ବାଟିକା ଓ ବିଦେଶୀ ମଦ ରେ ସ୍ପିରିଟ ଭଳି ବିଷାକ୍ତ ପଦାର୍ଥ ବ୍ୟବହାର କରାଯାଉଛି। ଫଳରେ ଏହି ମଦ ପିଇ ଲୋକେ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ମଦ ପିଇ ମଦ୍ୟପ ମାନେ ଅନେକ ସମୟ ଗାଁ ଗାଁ ରେ ଗଣ୍ଡଗୋଳ କରୁଥିବା ଦେଖିବାକୁ ମିଳୁଛି। ଲୁତୁରପଙ୍କ ଗୁହୀରା ଛକ, କୋହ୍ଲପଡା ଛକ, ମେଟାକାନି ଛକ ରେ ମଦ୍ୟପ ମାନେ ରାସ୍ତା ଉପରେ ଆଡ୍ଡା ଜମାଇ ଆତଙ୍କ ଖେଳାଉଛନ୍ତି। ସ୍କୁଲ କଲେଜ ଯାଉଥିବା ଛାତ୍ରୀମାନେ ଓ ଉକ୍ତ ରାସ୍ତା ଦେଇ ଯାଉଥିବା ମହିଳାମାନେ ଅନେକ ସମୟରେ ଏହି ରାସ୍ତାରେ ଯିବା ଆସିବା ବେଳେ ଅସୁରକ୍ଷିତ ଅନୁଭବ କରୁଛନ୍ତି। ସୂଚନାଯୋଗ୍ୟ ଉପାନ୍ତ ବହଳପଦର ପଞ୍ଚାୟତର ଅମରପାଲି, ଗୌଡଗାଡ, ଗୁଦଗୁଦା , କେନ୍ଦୁପାଲ, ଦୁର୍ଜନତୈଲା ପଞ୍ଚାୟତ ର ମାଳିଦାଦର, ଦାଦରପାଲି, ଦୁର୍ଜନତୈଲା, ମସିଣାପାଲି ଆଦି ଗ୍ରାମରେ ଗ୍ରାମର ମହିଳା ମାନେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିଥିବା ବେଳେ ଏବେ ପ୍ରାୟ ସବୁ ମଦ୍ୟପ ମଦ ପାଇଁ ଲୁତୁରପଙ୍କ ଗୋହିରା ଛକ, କୋହ୍ଲପଡା ଛକ, ମେଟାକାନି ଛକ ରେ ଆଡ୍ଡା ଜମାଉଛନ୍ତି। ଏନେଇ ଅବକାରୀ ବିଭାଗ କୁ ଲୋକେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି। ଅଞ୍ଚଳରେ ମଦ ବିକ୍ରି ହେଉଥିବାରୁ ସାଧାରଣ ଲୋକେ ଅତିଷ୍ଠ ହୋଇ ପଡିଲେଣି। କେତେବେଳେ କେମିତି ନାମକୁ ମାତ୍ର ବୀରମହାରାଜପୁର ଓ ସୁବଳୟା ଥାନା ଏବଂ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରିଛି। ପ୍ରାୟ ଅଧିକାଂଶ ସମୟରେ ଚଡାଉ କରି ଯେଉଁ ମଦ ବ୍ୟବସାୟୀ ଙ୍କୁ ଧରୁଛି ନାଁ କୁ ମାତ୍ର ଏକ ଫାଇନ କରି ଛାଡି ଦେଉଥିବା ଅଭିଯୋଗ ହେଉଛି। ଆହୁରି ମଧ୍ୟ ଏହି ଉପାନ୍ତ ଅଞ୍ଚଳରେ ଦେଶୀ ବିଦେଶୀ ମଦ ପ୍ରସ୍ତୁତି କରି ବିଭିନ୍ନ ଅଞ୍ଚଳକୁ ପଠା ଯାଇଛି । ଏନେଇ ବୀରମହାରାଜପୁର ଅବକାରୀ ଏସ ଆଇ ଭରତ ମିଶ୍ର ଙ୍କୁ ପଚାରିବାରୁ ଆମେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୋଲି ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ