Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅପରେସନ୍ ଚାଲିଥିବା ବେଳେ ଉପରୁ ଖସିଲା କୁକୁର, ଆଉ ତା ପରେ…

ରାଞ୍ଚି: ଝାଡ଼ଖଣ୍ଡ ସରକାର ସ୍ୱାସ୍ଥ୍ୟ ସେବାକୁ ନେଇ ବଡ଼ ବଡ଼ ଦାବି କରୁଥିବା ବେଳେ କିଛି ଏପରି ଘଟଣାମାନ ଘଟୁଛି ଯାହା ଦେଖିଲେ ସମସ୍ତ ଦାବି ମିଛ ଭଳି ଦେଖା ଯାଉଛି। ତେବେ ନିକଟରେ ଧନବାଦରେ ଏପରି କିଛି ଘଟଣା ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଧନବାଦର ରେଳବାଇ ହସ୍ପିଟାଲରେ ସକାଳ ପ୍ରାୟ ୧୧ଟା ଡାକ୍ତରଙ୍କ ଏକ ଟିମ୍ ଜଣେ ରୋଗୀଙ୍କ ଅପରେସନ୍ କରୁଥିଲେ। ସେହି ସମୟରେ ହଠାତ ଫଲ୍ସ ସିଲିଂର ଏକ ବଡ଼ ଅଂଶ ଖସିପଡ଼ିଥିଲା ଓ ଅପରେସନ୍ ଟେବୁଲ ପାଖରେ ଛାତରୁ ଏକ କୁକୁର ମଧ୍ୟ ପଡ଼ିଯାଇଥିଲା। ଯାହାଫଳରେ ଅପରେସନ୍ ରେ ସହାୟତା କରୁଥିବା ନର୍ସ ଗୁରୁତର ଆହତ ହେବା ସହ ତାଙ୍କ କାନ୍ଧ ଏବଂ ବେକରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏହି ଘଟଣା ପରେ ଡାକ୍ତରମାନେ ଅପରେସନ୍ କୁ ମଝିରୁ ହିଁ ବନ୍ଦ କରିଦେଇଥିଲେ।

ତେବେ ସେଠାରେ ଥିବା ଅନ୍ୟ ରୋଗୀମାନେ କହିଥିଲେ ଯେ ଏହି ଫଲ୍ସ ସିଲିଂ ପଡ଼ିବାର ସମ୍ଭାବନା ଆଗରୁ ମଧ୍ୟ କରାଯାଉଥିଲା କିନ୍ତୁ କେହି ଏଥିପ୍ରତି ଧ୍ୟାନ ଦେଇ ନଥିଲେ ଯାହାଫଳରେ ଏପରି ଘଟଣା ଘଟିଛି। ଏହି ଘଟଣାର ସୂଚନା ପାଇବା ପରେ ମଧ୍ୟ ରେଳବାଇ ଇଞ୍ଜିନିୟରିଂ ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ