Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ଗୁଣପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ

ସମ୍ବଲପୁର:ମହାନଗର ନିଗମ ୱାର୍ଡ ନମ୍ବର-୧୯ ଅନ୍ତର୍ଗତ ନିର୍ଗୁଣପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ “ମା କି ନାମ ପର ଏକ ପେଡ’ ଶିଶୁଟିଏ ଗଛ ଲଗାଇ ନିଜର ଭାବନା ପରିପ୍ରକାଶ କରା ଯାଇଥିଲା।ବୃକ୍ଷ ହିଁ ଜୀବନ ଏହାର ଯତ୍ନ ନେଲେ ସମାଜରେ ଏକ ଅମ୍ଳ।ନ ପରିବେଶ ତିଆରି ହେବ ଏବଂ ଶିକ୍ଷା ସ୍ୱାସ୍ଥ୍ୟ ର ବିକାଶ ହୋଇପାରିବ ବୋଲି ଏକ ବାର୍ତ୍ତା ଦିଆଯାଇଥିଲା ବିଦ୍ୟାଳୟର ପ୍ରାୟ ୧୫୦ଜଣ ଶିଶୁ ଏଥିରେ ଅଂଶଗ୍ରହଣ କରିଥିଲେ।ପ୍ରଧାନଶିକ୍ଷକ ବବୃବାହନ ଭୋଇ ବୃକ୍ଷ ହିଁ ଜୀବନ ଉପରେ ଆଲୋକପାତ କରିଥିଲେ ଶିକ୍ଷୟତ୍ରୀ କାମିନୀ ମୁଣ୍ଡା, ସୀତାରାଣୀ ବେହେରା, ବିଷ୍ଣୁପ୍ରିୟା ରଥ, ତନ୍ମୟା ମାଝୀ ଓ ସୁଲୋଚନା ମିଶ୍ର ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ