Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ସରକାରୀ ବାଳକ ଉଚ୍ଚବିଦ୍ୟାଳୟରେ ସ୍କୁଲ କ୍ୟାବିନେଟ ଗଠିତ

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ର ସ୍କୁଲ କ୍ୟାବିନେଟ ଗଠନ କରାଯାଇଛି l ଶନିବାର ବିଦ୍ୟାଳୟ ର ସମସ୍ତ ଛାତ୍ର ନିଜ ନିଜ ର ମତଦାନ ଜରିଆରେ ମୁଖ୍ୟମନ୍ତ୍ରୀ ଭାବେ ଦଶମ ଶ୍ରେଣୀ ଛାତ୍ର ସାଗର କୁମାର ରଥ ଙ୍କୁ ନିର୍ବାଚିତ କରିଥିଲେ l ସେହିପରି ଶିକ୍ଷା ମନ୍ତ୍ରୀ ଭାବେ ସୌମ୍ୟ ସ୍ୱରୂପ ମିଶ୍ର , ଖାଦ୍ୟ ଓ ପରିମଳ ମନ୍ତ୍ରୀ ଭାବେ ସୁମିତ ମଲ୍ଲିକ ନିର୍ବାଚିତ ହୋଇଛନ୍ତି l ପରେ ସମସ୍ତ କ୍ୟାବିନେଟ ସଦସ୍ୟ ଙ୍କୁ ଛାତ୍ର ପରିଷଦ ର ଉପଦେଷ୍ଟା ବୈକୁଣ୍ଠ ନାୟକ ଶପଥ ପାଠ କରାଇଥିଲେ l ପ୍ରଧାନଶିକ୍ଷଜ ନିରଞ୍ଜନ ଦାଶ ବିଦ୍ୟାଳୟ ର ସାମଗ୍ରିକ ଉନ୍ନତି ନିମନ୍ତେ ସମସ୍ତ ଛାତ୍ରଙ୍କୁ ସାଥିରେ ନେଇ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବାକୁ କ୍ୟାବିନେଟ ସଦସ୍ୟ ଙ୍କୁ ପରାମର୍ଶ ଦେଇଥିଲେ l ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ପ୍ରକାଶ ଥାଉ କି ସରକାର ଙ୍କ ନୂତନ ମାର୍ଗଦର୍ଶିକା ଅନୁଯାୟୀ ଏଣିକି ବିଦ୍ୟାଳୟ ପରିଚାଳନା କମିଟି ରେ ଦୁଇ ଜଣ ଛାତ୍ର ପ୍ରତିନିଧି ସଦସ୍ୟ ରହିବେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ