କଇରା ଝୁଲି ବିଦ୍ୟାଳୟ କ୍ୟାବିନେଟ ମନ୍ତ୍ରୀ ମଣ୍ଡଳ ର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଇରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ୟାବିନେଟ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ପବିତ୍ର ସମାରୋହରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁରେଶ ପଧାନ ଙ୍କ ଅଧ୍ୟକ୍ଷ୍ୟତାରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଲେଖରାଜ ସାଗର ଯୋଗଦେଇଥିଲେ। ଏପରିକି ବିଦ୍ୟାଳୟ କ୍ୟାବିନେଟ ମନ୍ତ୍ରୀ ମଣ୍ଡଳର ମୁଖ୍ୟମନ୍ତ୍ରୀ , ଉପ ମୁଖ୍ୟମନ୍ତ୍ରୀ ଙ୍କ ସମେତ ସମସ୍ତ ବିଭାଗୀୟ ମନ୍ତ୍ରୀ ଓ ଉପମନ୍ତ୍ରୀ ଙ୍କୁ ଶପଥ ପାଠ କରେଇଥିଲେ । ଏହି ପବିତ୍ର ସମାରୋହରେ ବରିଷ୍ଠ ଶିକ୍ଷକ କିଶୋର ସାହୁ, ଜିତେନ୍ଦ୍ର ପର୍ଡିଆ , ସୁଦର୍ଶନ ଭୁକ୍ତା , ପ୍ରଭାସ ମେହେର , ପ୍ରମୋଦ ସାହୁ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଯଥା ନିର୍ମଳ ଜଗଦଳା, ନରେନ୍ଦ୍ର ପଧାନ, ଅଞ୍ଜଳି ମେଣ୍ଡିଲି ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ। ବିଦ୍ୟାଳୟ କ୍ୟାବିନେଟ ମନ୍ତ୍ରୀମଣ୍ଡଳ ର ମୁଖ୍ୟମନ୍ତ୍ରୀ ଭାବରେ କୁମାରୀ ଜସ୍ମିନ ପଧାନ ଏବଂ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶ୍ରୀ ସିଲୁ କର୍ଣ୍ଣ, ଶିକ୍ଷାମନ୍ତ୍ରୀ ଭାବରେ ଶ୍ରୀ ପପୁନ୍ ବଘାର ଏବଂ ଉପ ଶିକ୍ଷାମନ୍ତ୍ରୀ ଭାବରେ କୁମାରୀ ଶିବାନୀ ପଧାନ, କ୍ରୀଡା ଓ ସଂସ୍କୃତି ମନ୍ତ୍ରୀ ଭାବରେ ଶ୍ରୀ ଅରବିନ୍ଦ ପଧାନ ଏବଂ ଉପ କ୍ରୀଡା ଓ ସଂସ୍କୃତି ମନ୍ତ୍ରୀ ଭାବରେ କୁମାରୀ ଜସ୍ମିନ ମହାଳିଙ୍ଗ, ଖାଦ୍ୟମନ୍ତ୍ରୀ ଭାବରେ ଶ୍ରୀ ପଦ୍ମନାଭ ମହାକୁର ଏବଂ ଉପ ଖାଦ୍ୟମନ୍ତ୍ରୀ ଭାବରେ କୁମାରୀ ସୋନାଲି ମହାକୁର, ପରିବେଶ ମନ୍ତ୍ରୀ ଭାବରେ କୁମାରୀ ସିଲି କର୍ଣ୍ଣ , ଉପ ପରିବେଶ ମନ୍ତ୍ରୀଭାବରେ ଶ୍ରୀକୃଷ୍ଣ ପଧାନ, ସ୍ୱାସ୍ଥ୍ୟ ଓ ପରିମଳ ମନ୍ତ୍ରୀ ଭାବରେ କୁମାରୀ ସୁପ୍ରଭା ବଘାର ଏବଂ ଉପ ସ୍ଵାସ୍ଥ୍ୟ ଓ ପରିବେଶ ମନ୍ତ୍ରୀ ଭାବରେ ପ୍ରଭାସ ଖମାରୀ, ସୂଚନା ଓ ଶିଶୁ ସାମ୍ବାଦିକ ମନ୍ତ୍ରୀ ଭାବରେ ନିରାମୟ ସାହୁ ଏବଂ ଉପ ସୂଚନା ଓ ଶିଶୁ ସାମ୍ବାଦିକ ମନ୍ତ୍ରୀ ଭାବରେ କୁମାରୀ ପାୟଲ ପଧାନ ଙ୍କୁ ସର୍ବସମ୍ମତ୍ତି କ୍ରମେ ମନୋନୀତ କରି ଶପଥ ପାଠ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପବିତ୍ର ଶପଥ ପାଠ ସମାରୋହରେ ବରିଷ୍ଠ ଶିକ୍ଷକ କିଶୋର ସାହୁ ଏବଂ ସୁଦର୍ଶନ ଭୁକ୍ତା ପରିଚାଳନା କରିଥିଲେ।