Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

xAI ଲଞ୍ଚ କଲା Grok 4…

ନୂଆଦିଲ୍ଲୀ: ଏଲନ ମସ୍କଙ୍କ AI କମ୍ପାନୀ xAI ଏହାର ନୂତନ AI ଚାଟବଟ୍ ଲଞ୍ଚ କରିଛି। ଯାହାର ନାମ Grok 4। ଏହି ମଡେଲ୍ ହେଉଛି Grok 3 ର ଆଗାମୀ ଉନ୍ନତ ସଂସ୍କରଣ। ଏହାକୁ ପୂର୍ବ ମଡେଲ୍ ଅପେକ୍ଷା ଭଲ ବୋଲି କୁହାଯାଉଛି।

ଏହି ଲଞ୍ଚ ଏପରି ସମୟରେ ହୋଇଛି ଯେତେବେଳେ ନିକଟରେ Grokର କିଛି ଆପତ୍ତିଜନକ ପୋଷ୍ଟ ହଟାଇ ଦିଆଯାଇଥିଲା। Grok 4 କୁ Xରେ ଏକ ଲାଇଭଷ୍ଟ୍ରିମ୍ ସମୟରେ ଲଞ୍ଚ କରାଯାଇଥିଲା। ଯେଉଁଥିରେ ମସ୍କ ଏବଂ xAI ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ। ମସ୍କ ଚାଟବଟ୍ ବିଷୟରେ କହିଥିଲେ ଯେ ଏହା ଏପର୍ଯ୍ୟନ୍ତର ସବୁଠାରୁ ବୁଦ୍ଧିମାନ ମଡେଲ୍ ମଧ୍ୟରୁ ଗୋଟିଏ। ଲଞ୍ଚ ସମୟରେ ମସ୍କ ଚାଟବଟ୍ ର ଭବିଷ୍ୟତ କ୍ଷମତା ବିଷୟରେ ମଧ୍ୟ ବଡ଼ ଦାବି କରିଥିଲେ। ସେ କହିଥିଲେ ଯେ Grok ଏହି ବର୍ଷ ଶେଷ ସୁଦ୍ଧା ନୂତନ ପ୍ରଯୁକ୍ତିବିଦ୍ୟା ଆବିଷ୍କାର କରିପାରିବ ଏବଂ ଦୁଇ ବର୍ଷ ମଧ୍ୟରେ ନୂତନ ଭୌତିକ ବିଜ୍ଞାନ ମଧ୍ୟ ଆବିଷ୍କାର କରିପାରିବ।

ତେବେ ଏହାକୁ Pro ସବସ୍କ୍ରିପସନ୍ ଅଧୀନରେ କିଣାଯାଇପାରିବମ ଯାହାର ମୂଲ୍ୟ ପ୍ରତି ମାସରେ $300 ହେବ। ଏହା ୟୁଜର୍ସଙ୍କୁ ଏହାର ଉନ୍ନତ ବୈଶିଷ୍ଟ୍ୟଗୁଡ଼ିକର ପ୍ରବେଶ ମଧ୍ୟ ଦେବ। Grok 4 ସେମାନଙ୍କ ପାଇଁ ଡିଜାଇନ୍ କରାଯାଇଛି ଯେଉଁମାନେ ଏକ ଚାଟବଟ୍ ଚାହାଁନ୍ତି ଯାହା କେବଳ ମୌଳିକ ପ୍ରଶ୍ନର ଉତ୍ତର ଦେଇପାରିବ ନାହିଁ ବରଂ ଜଟିଳ ବିଷୟ ଏବଂ ଧାରଣାଗୁଡ଼ିକୁ ମଧ୍ୟ ବ୍ୟାଖ୍ୟା କରିପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ