Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଛ ପକାଇ ମୂଖ୍ୟରାସ୍ତା ଅବରୋଧ କଲେ ମାଓବାଦୀ

ଭବାନୀପାଟଣା: କିଛି ଦିନର ନୀରବତା ପରେ ପୁଣି ମାଓବାଦୀ ମାନେ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ଓ ରାସ୍ତା ଅବୋରଧ କରି ନିଜର ଉପସ୍ଥିତି ଜାହରି କରିଚାଲିଛନ୍ତି। ଗତ ୧୪ ତାରିଖ ରାତିରେ କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ଠାରୁ ମାତ୍ର ୧୦ କିଲୋମିଟର ଦୂର ଭବାନୀପାଟଣା – ଥୁଆମୂଲରାମପୁର ମୁଖ୍ୟରାସ୍ତାର ଶଗଡା ନିକଟସ୍ଥ କିଟିପଦର ଛକ ନିକଟରେ ମାଓବାଦୀ ମାନେ ବଡବଡ ଗଛ କାଟି ରାସ୍ତା ଉପରେ ପକାଇ ରାସ୍ତା ଅବରୋଧ କରିବା ସହିତ ସେଠାରେ ମାଓବାଦୀ ମାନେ ରାସ୍ତା ଅବୋରଧ ର କାରଣ ବ୍ୟାନର ମାଧ୍ୟରେ ଉଲ୍ଲେଖ କରିଛନ୍ତି । ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯିବା ସହିତ ଭୟରେ ଭବାନୀପାଟଣା –ଥୁଆମୂଲରାମପୁର ଯିବା ଆସିବା ଦୀର୍ଘ ସମୟଧରି ବନ୍ଦ ରହିଥିଲା । ଲଗାଯାଇଥିବା ବ୍ୟାନର ଓ ପୋଷ୍ଟର ରେ ମାଓବାଦୀ ମାନେ ଉଲ୍ଲେଖ କରାଯାଇଛି ଯେ, ମଇ ୧୫ ରୁ ୭ ଜିଲ୍ଲା କନ୍ଧମାଳ, କଳାହାଣ୍ଡି, ରାୟଗଡା, ବୌଦ୍ଧ, ନୟାଗଡ, ଗଜପତି ଓ ଗଞ୍ଜାମ ୨୪ଘଣ୍ଟିଆ ବନ୍ଦ୍ କୁ ସଫଳ କରିବା ପାଇଁ ଜନସାଧାରଣ ଙ୍କୁ ଆହ୍ୱାନ ଦେଇଛନ୍ତି ।ସ୍ତା ମାଓବାଦୀ ମାନେ ଗତ ୧୪ ରାତିରେ ଭବାନୀପାଟଣା – ଥୁଆମୂଲରାମପୁର ମୂଖ୍ୟ ରାସ୍ତା ର ଶଗଡା ନିକଟସ୍ଥ କିଟିପଦର ଛକ ନିକଟରେ ଗଛକାଟି ରାସ୍ତା ଅବୋରଧ କରିଛନ୍ତି ।୧୫ ତାରିଖ ସକାଳୁ ଉକ୍ତ ରାସ୍ତାରେ ଯିବା ଆସିବା ଲୋକମାନେ ପ୍ରଥମେ ଦେଖି ପୋଲିସ କୁ ଖବର ଦେଇଥିଲେ । ଦୀର୍ଘ ସମୟ ପରେ ଜବାନ ଓ ଆଣ୍ଟି ବମ୍ ସ୍କୋର୍ଡ ଘଟଣା ସ୍ଥଳକୁ ଯାଇ ତନାଘନା ଯାଞ୍ଚ କରିବା ପରେ ରାସ୍ତା ଅବୋରଧ ହଟିଥିଲା । ମାଓ ଭୟରେ ଉକ୍ତ ରାସ୍ତା ରେ ଯିବା ଆସିବା ଦୀର୍ଘ ସମୟ ଧରି ବନ୍ଦ ରହିଥିଲା । ଏହି ପୋଷ୍ଟର ଓ ବ୍ୟାନର ରେ ସମସ୍ତ ଆଦିବାସୀ, ଦଳିତ, ଚାଷି ମୂଲିଆ ଓ ଗରିବ ପରିବାରକୁ ଆଗାମି ଛଅ ମାସ ଭିତରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ଘର ଯୋଗାଇ ଦେବା ,ପିଡିଏସ୍ ଚାଉଳ ସମେତ ଡାଲି,ତେଲ,ଗୁଣ ମାଗଣାରେ ଯୋଗାଇ ଦେବା , ଦରଦାମ ବୃଦ୍ଧିକୁ ରୋକିବା ,ସବୁ ଗାଁକୁ ସବୁଦିନିଆ ପକ୍କା ରାସ୍ତା , ସ୍ୱଛ ପିଇବା ପାଣି, ବିଦ୍ୟୁତ ସଂଯୋଗ ଓ ସବୁ ପରିବାରକୁ ମାଗଣାରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାଇ ଦିଅ ,ସବୁ ପଞ୍ଚାୟତରେ ଗୋଟିଏ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ସହିତ ଅଭିଜ୍ଞ ତାଈ ଓ ସ୍ବାସ୍ଥ୍ୟ କର୍ମଙ୍କୁ ନିଯୁକ୍ତି ପ୍ରଦାନ , ପ୍ରତି ପଞ୍ଚାୟତରେ ଗୋଟିଏ ଆଦର୍ଶ ସ୍କୁଲ ଖୋଲିବା ଏବଂ ପିଲା ଅଭାବ ଦର୍ଶାଇ ବନ୍ଦ କରି ଦିଆଯାଇଥିବା ସବୁ ସ୍କୁଲ କୁ ପୁଣି ତୁରନ୍ତ ଖୋଲାଯିବା , ଆବଶ୍ୟକ ଶିକ୍ଷକଙ୍କୁ ନିଯୁକ୍ତି , ଖାଲିଥିବା ଶିକ୍ଷକ ପଦବି ତୁରନ୍ତ ପୁରଣ , ଆଦିବାସୀ ଦଳିତ ଛାତ୍ର ଛାତ୍ରୀଙ୍କୁ ମାସିକ ତିନି ହଜାର ଟଙ୍କା ଷ୍ଟାଇପେଣ୍ଡ୍ ପ୍ରଦାନ , ବାଦ୍ଧକ୍ୟ(ବୁଢା ବୁଢି), ବିଧବା ଓ ଭିନ୍ନକ୍ଷମ ଭତ୍ତା ମାସିକ ତିନି ହଜାର ଟଙ୍କା ପ୍ରଦାନ , ବ୍ୟାଙ୍କ ବଦଳରେ ସିଧାସଳଖ ହାତକୁ ଟଙ୍କାପ୍ରଦାନ , ପେସା ଆଲଜିକୁ କଡା କଡା ଭାବରେ ତୁରନ୍ତ ଲାଗୁ କରିବା , ପ୍ରତି ଆଦିବାସୀ, ଦଳିତ ଓ ଅନ୍ୟ ପାରମ୍ପରିକ ବନବାସୀଙ୍କୁ ୧୫ ଏକର ଲେଖାଏ ଜଙ୍ଗଲ ଜମି ପଟ୍ଟା ପ୍ରଦାନ , ମଦ ବିକ୍ରି ତୁରନ୍ତ ବନ୍ଦ କଲା , ଆଦିବାସୀ ବସବାସ ଅନୁଷ୍ଠିତ ଅଞ୍ଚକର ବିକାଶ ପାଇଁ ବିଶେଷ ଯୋଜନା କରାଯାଇ ଅଧିକ ଅର୍ଥ ଆଦାନ ,ଦାଦନ ରୋକ, ଯେଉଁ ପର୍ଯ୍ୟକୁ ରୋଜଗାର ଯୋଗାଇ ଦିଆ ନଯାଇଛି ସେ ପର୍ଯ୍ୟନ୍ତ ବେକାରି ଉତ୍ତା ମାସିକ ତିନି ହଜାର ଟଙ୍କା ପ୍ରଦାନ , ମନରଙ୍ଗା ଯୋଜନାରେ ବାର୍ଷିକ ଦୁଇଶହ ଦିନର କାମ ଯୋଗାଇ ଦେବା , ଦୈନିକ ମହୁରି ଛଅ ଶହ ଟଙ୍କା ବୃଦ୍ଧି , ସିଆଳି(ଖାଲି), କେନ୍ଦୁ ପତ୍ର ଆଦି ଜଙ୍ଗଲଜାତ ଦ୍ରବ୍ୟ ଉପରୁ ଜି.ଏସ୍.ଟି ନେବା ବନ୍ଦ କରିବା ,ଜଙ୍ଗଲଜାତ ଦ୍ରବ୍ୟର ଉପଯୁକ୍ତ ଦାମ ପ୍ରଦାନ , ଫସଲର ସହାୟକ ମୂଲ୍ୟ ବୃଦ୍ଧି , ପ୍ରତି ବ୍ଲକ୍ ରେ ଗୋଟିଏ ଶିତଳ ଭଣ୍ଡାର ଖୋଲାଯିବା , ସମସ୍ତ ଚାଷିଙ୍କୁ କାଳିଆ ଯୋଜନାରେ ସହାୟତା , ସାହୁକାର ଶୋଷଣ ବନ୍ଦ କରି , ବିସ୍ଥାପନ ବନ୍ଦ କରିବା , ବକ୍ସାଇଟ୍‌, କୋଇଲା ଓ ଅନ୍ୟ ଖଣିଜ ପଦାର୍ଥ ଖନନ ପାଇଁ ଏବଂ କାରଖାନା ନଦୀବନ୍ଧ ନିର୍ମାଣ ପାଇଁ ବେଦାନ୍ତ, ବିର୍ଲା, ଆଦାନୀ ପରି କଂପାନିକୁ ଦିଆଯାଇଥିବା ଖଣି ଲିଜ୍ କୁ ବାତିଲ କରିବା ,ଖଣି ଭିତିକ ଶିଳ୍ପ ବଦଳରେ ଜଙ୍ଗଲଜାତ ଦ୍ରବ୍ୟ ପ୍ରକ୍ରିୟାକଗଣ, କୃଷି ଅନୁବନ୍ଧିତ ଶିଳ୍ପ ପ୍ରତିଷ୍ଠା କରାଯିବା , ଜଳ, ଜମି, ଜଙ୍ଗଲ ଉପରେ ଅଧିକାର ଏହି ଦାବିକୁ ଜନସାଧାରଣ ସମର୍ଥନ ଜଣାଇ ୨୪ ଘଣ୍ଟିଆ ବନ୍ଦ ପାଳନ କୁ ସଫଳ କରିବା ପାଇଁ ଆହ୍ୱନ ଆହ୍ୱାନ ଦେଇଛନ୍ତି । ଉକ୍ତ ଅଞ୍ଚଳରେ କକୁଆ ଭୟ ଦେଖା ଦେଇଛି । କୁମ୍ବଂ ଅପ୍ରେସନ କୁ ଆହୁରି ବ୍ୟାପକ କଡାକଡି କରାଯାଇଛି ବୋଲି ଏସ୍ ପି ଅଭିଳାଷ ଜୀ ପ୍ରକାଶ କରିଛନ୍ତି ।
ବିଜୟ ଦ୍ୱିବେଦୀ
ନି ପ୍ର
ଭବାନୀପାଟଣା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ