ରେଙ୍ଗାଲି ଥାନାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା


ରେଙ୍ଗାଲି ଥାନାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
ଝାରସୁଗୁଡା ୧୩/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନାରେ ଆଜି କାର୍ଯ୍ୟରତ ଏସ ଆଇ ଆଶୁତୋଷ ମହାନ୍ତିଙ୍କ ବଦଳି ଅବସରରେ ଥାନା ପକ୍ଷରୁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଥିଲା । ରେଙ୍ଗାଲି ଭାରପ୍ରାପ୍ତ ଥାନା ଅଧିକାରୀ ସମରେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କନକତୋରା ପୁଲିସ ବିଟ ହାଉସ ଅଧିକାରୀ ରମେଶ କୁମାର ଭଇଁସାଲ,କଣ୍ଡେଇକେଲା ଫାଣ୍ଡି ଅଧିକାରୀ ନରୋତ୍ତମ ସା, ରେଙ୍ଗାଲି ଥାନା ଏସ ଆଇ ଚିତ୍ରସେନ ଦେହେରି ଓ ପୁଷ୍ପା ଖମାରୀଙ୍କ ସହ ଥାନାର ସମସ୍ତ କର୍ମଚାରୀ ବିଦାୟୀ ଏସ ଆଇ ଶ୍ରୀ ମହାନ୍ତିଙ୍କୁ ଉପଢକୌନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ସୂଚନା ଯୋଗ୍ୟ ଯେ ଶ୍ରୀ ମହାନ୍ତି ୨୦୨୨ ନଭେମ୍ବର ୨୧ ତାରିଖ ଦିନ ରେଙ୍ଗାଲି ଥାନାରେ ଏସ ଆଇ ଭାବେ ଯୋଗଦାନ କରିଥିଲେ । ମାତ୍ର ବର୍ତ୍ତମାନ ତାଙ୍କୁ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀ ଭାବେ ଭୁବନେଶ୍ୱରକୁ ବଦଳି ହୋଇଛି । ରେଙ୍ଗାଲି ଥାନାରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ସହିତ ଅନେକ ଅପରାଧୀକ ମାମଲା ବିରୁଦ୍ଧରେ ନିର୍ଭୀକ ଭାବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ଷମ ହୋଇ ପାରିଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ଦକ୍ଷତା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ସେ ବେଶ ପ୍ରିୟପାତ୍ର ହୋଇ ପାରିଥିଲେ । ଏହି ଅବସରରେ ସ୍ମୃତି ଉଦ୍ଦେଶ୍ୟରେ ଥାନା ପରିସରରେ ବିଦାୟୀ ଏସ ଆଇ ଶ୍ରୀ ମହାନ୍ତି ସମସ୍ତ କର୍ମକର୍ତ୍ତାଙ୍କ ଗହଣରେ ଦୁଇଟି ବୃକ୍ଷ ଚାରା ରୋପଣ କରିଥିଲେ ।