ସରପଞ୍ଚ ପରିବାର ର ସୁରକ୍ଷା ପାଇଁ ଦାବି ଜଣାଇଲା ବୀରମହାରାଜପୁର ବ୍ଲକ ସରପଞ୍ଚ ସଂଘ


ବୀରମହାରାଜପୁର : (ସୌମିତ୍ରି ମେହେର)
ରବିବାର ବୀରମହାରାଜପୁରର ବ୍ଲକ୍ ସରପଞ୍ଚ ସଂଘ ର ଏକ ଜରୁରୀ ବୈଠକ ସଭାନେତ୍ରୀ ଶ୍ରୀୟା କର୍ମୀ ଙ୍କ ପୌରହିତ୍ୟରେ ମୃଷୁଣ୍ଡି ଗ୍ରାମ ପଞ୍ଚାୟତ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି l ସର୍ବ ପ୍ରଥମେ ସଭାନେତ୍ରୀ ଶ୍ରୀୟା କର୍ମୀ ବ୍ଲକ୍ ର ଆସିଥିବା ସମସ୍ତ ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କୁ ସ୍ବାଗତ କରିଥିଲେ । ଡୁଙ୍ଗୁରିପାଲି ବ୍ଲକ୍ ର ଗଜବନ୍ଧ ଗ୍ରାମ ପଞ୍ଚାୟତ ସରପଞ୍ଚ ବାସନ୍ତୀ ଖେତୀ ଙ୍କ ସ୍ବାମୀ ତଥା ପୂର୍ବତନ ସରପଂଚ ବଲ୍ଲଭ କ୍ଷେତୀ ଙ୍କୁ ବିଭତ୍ସ ଭାବରେ ହତ୍ୟା କରିଥିବା ରୁ ଆସାମୀ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜିଲ୍ଲା ଓ ପୋଲିସ ପ୍ରଶାସନ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ l ସ୍ବର୍ଗତ ବଲ୍ଲଭ କ୍ଷେତୀ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଗତବର୍ଷ ଜୁଲାଇ ୨୪ ତାରିଖରେ ସ୍ପଷ୍ଟ ଦିବାଲୋକରେ ଡୁଙ୍ଗୁରିପାଲି ବ୍ଲକ୍ ପରିସରରେ ଇଚ୍ଛା ପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ ସାହୁ ଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଓ ଗତ ୧୦ ତାରିଖ ଗୁରୁବାର ରାତିରେ ଶ୍ରୀ ବଲ୍ଲଭ ଖେତି ଙ୍କୁ ଅତର୍କିତ ଭାବରେ ଆକ୍ରମଣ ଓ ହତ୍ୟା କୁ ନେଇ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ଥିବା ଅନୁଭବ କରି ହତ୍ୟାକାରୀ ଙ୍କ ଗିରଫଦାରୀ ଓ ତୃଣମୂଳ ସ୍ତର ଗଣତାନ୍ତ୍ରିକ ପ୍ରକ୍ରିୟା ରେ ନିର୍ବାଚିତ ପ୍ରତିନିଧି ସରପଞ୍ଚ ଓ ପରିବାର ବର୍ଗଙ୍କ ସୁରକ୍ଷା ଦାବୀ ନେଇ ଜିଲ୍ଲପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଠାରେ ଦାବୀପତ୍ର ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବ୍ଲକ୍ ପ୍ରଶାସନ କରୁଥିବା ସମସ୍ତ ସ୍କିମ ର ସଫଳ ରୁପାୟନ ପାଇଁ ବ୍ଳକ୍ ର ଅଧିକାରୀ ଓ ନିର୍ବାଚିତ ନେତୃମଣ୍ଡଳୀ ଙ୍କ ସହ ଆଲୋଚନା କରିବାକୁ ମତ ପ୍ରକାଶ ପାଇଥିଲା । ଆଲୋଚନାରେ ଉପଦେଷ୍ଟା ସରପଞ୍ଚ ମନୋଜ କୁମାର ସାହୁ , ପ୍ରମୋଡ କୁମାର ମହାପାତ୍ର ସରପଞ୍ଚ ଜୟଶ୍ରୀ ଦେହୁରୀ , ସଂପାଦକ ସୂର୍ଯ୍ୟ କୁମାର ନନ୍ଦ , ସରପଞ୍ଚ ସସ୍ମିତା ଦୀପ, ଅ।କସ୍ମିତ। ବଢ଼ିଆ, ନିରୁପମା ସେଠି, ଅଳକା କର୍ମୀ , ନିରୁପମା ବଗର୍ତ୍ତୀ, ବନିତା ସେଠୀ ସମେତ ସମସ୍ତ ସରପଞ୍ଚ ଆଲୋଚନାରେ ଅଂଶ ଗ୍ରହଣ କରି ସଂଘ ଏକତା ଉପରେ ଗୁରୁତ୍ୱାରୋପ କରିଥିଲେ । ବିନୋବାନନ୍ଦ ପଧାନ ନିମନ୍ତ୍ରିତ ଅଟିଥି ଭାବରେ ଯୋଗଦେଇଥିଲେ । ଶେଷରେ ଉପଦେଷ୍ଟା ସରପଞ୍ଚ ମହେନ୍ଦ୍ର ଜଗଦଲା ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ।