Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟମାନେ ଅନଲାଇନ୍ ଠକେଇରେ ପ୍ରତିଦିନ ୪୬ କୋଟି ହାରୁଛନ୍ତି

ନୂଆଦିଲ୍ଲୀ: ଭାରତରେ ସାଇବର ଅପରାଧ ବୃଦ୍ଧି ପାଉଛି। ସମ୍ପ୍ରତି ଗୃହ ମନ୍ତ୍ରଣାଳୟ (MHA)ର ଏକ ତଥ୍ୟ ଅନୁଯାୟୀ ଭାରତୀୟମାନେ ଅନଲାଇନ୍ ଠକେଇରେ ପ୍ରତିଦିନ ୪୬ କୋଟି ଟଙ୍କା ହାରିଛନ୍ତି। ଚଳିତ ବର୍ଷର ପ୍ରଥମ ପାଞ୍ଚ ମାସରେ ଜାନୁଆରୀରୁ ମେ ମାସ ପର୍ଯ୍ୟନ୍ତ ଅନଲାଇନ୍ ଠକେଇରେ ପ୍ରାୟ ୭୦୦୦ କୋଟି ଟଙ୍କା ହରେଇଛନ୍ତି।

ଗୃହ ମନ୍ତ୍ରଣାଳୟ (MHA) ଆକଳନ କରିଛି ଯେ ଭାରତୀୟମାନଙ୍କୁ ଟାର୍ଗେଟ କରୁଥିବା ସାଇବର ଠକେଇର ଏକ ବଡ଼ ଅଂଶ ଦକ୍ଷିଣ-ପୂର୍ବ ଏସିଆରୁ ଆସିଛି। ସାଇବର ଅପରାଧର ଅଧାରୁ ଅଧିକ ନେଟୱାର୍କ ମିଆଁମାର, କାମ୍ବୋଡିଆ, ଭିଏତନାମ, ଲାଓସ ଏବଂ ଥାଇଲ୍ୟାଣ୍ଡରୁ କାର୍ଯ୍ୟ କରେ।ସାଇବର ଅପରାଧୀମାନେ ଭାରତୀୟ ଅର୍ଥନୀତିକୁ ଟାର୍ଗେଟ କରୁଛନ୍ତି।

ଏପରି ଅପରାଧ ଯୋଗୁଁ ଦେଶ ପ୍ରତି ମାସରେ ପ୍ରାୟ ୧୦୦୦ କୋଟି ଟଙ୍କା ହରେଇଛି। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C)ର ତଥ୍ୟ ଅନୁଯାୟୀ, ଏହି ଠକେଇଗୁଡ଼ିକ ପ୍ରାୟତଃ ଉଚ୍ଚ-ସୁରକ୍ଷା ସ୍ଥାନରୁ ପରିଚାଳିତ ହୁଏ, ଯାହା ଚୀନ୍ ଅପରେଟରମାନଙ୍କ ଦ୍ୱାରା ନିୟନ୍ତ୍ରିତ ବୋଲି ଜଣାପଡ଼ିଛି। ଯେଉଁଠାରେ ଭାରତୀୟଙ୍କ ସମେତ ଚାଲାଣ ହେଉଥିବା ଲୋକଙ୍କୁ କାମ କରିବାକୁ ବାଧ୍ୟ କରାଯାଏ।

ଜାନୁଆରୀରେ ୧୧୯୨ କୋଟି ଟଙ୍କା, ଫେବୃଆରୀରେ ୯୫୧ କୋଟି ଟଙ୍କା, ମାର୍ଚ୍ଚରେ ୧୦୦୦ କୋଟି ଟଙ୍କା, ଏପ୍ରିଲରେ ୭୩୧ କୋଟି ଟଙ୍କା ଏବଂ ମେ ମାସରେ ୯୯୯ କୋଟି ଟଙ୍କା କ୍ଷତି ହୋଇଥିଲା ବୋଲି ଜଣେ ଅଧିକାରୀ ନାଗରିକ ଆର୍ଥିକ ସାଇବର ଫ୍ରଡ୍ ରିପୋର୍ଟିଂ ଏବଂ ପରିଚାଳନା ପ୍ରଣାଳୀ (CFCFRMS) ରୁ ତଥ୍ୟରୁ ଏହି ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ