Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଜା ଉପରେ ଇସ୍ରାଏଲୀ ସେନାର ଏୟାର ଷ୍ଟ୍ରାଇକ, ୯୩ ମୃତ

ଗାଜା: ଗାଜାରେ ମୃତ୍ୟୁର ଧାରା ଥମିବାର ନାଁ ନେଉନାହିଁ। ଜାନୁଆରୀରେ ହମାସ ସହିତ ଯୁଦ୍ଧବିରତି ଚୁକ୍ତି ଭାଙ୍ଗିବା ପରଠାରୁ ଇସ୍ରାଏଲୀ ସେନା ଗାଜାରେ ତାଣ୍ଡବ ରଚନା କରୁଛି। ଏପରି ପରିସ୍ଥିତିରେ ହମାସ ଏବେ ଗାଜାରେ ଶେଷ ନିଶ୍ୱାସ ଗଣୁଥିବା ପରି ମନେ ହେଉଛି। ଏହା ମଧ୍ୟରେ ଇସ୍ରାଏଲ ଗାଜା ଉପରେ ଆଉ ଏକ ବଡ଼ ବିମାନ ଆକ୍ରମଣ କରିଛି। ଏଥିରେ ଅତି କମରେ ୯୩ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି।

ମଙ୍ଗଳବାର ଦିନ ଇସ୍ରାଏଲୀ ସେନା ଗାଜା ଉପରେ ଏକ ବଡ଼ ଏୟାର ଷ୍ଟ୍ରାଇକ ଆକ୍ରମଣ କରିଥିଲା, ଯେଉଁଥିରେ ମହିଳା ଏବଂ ଶିଶୁ ସମେତ ୯୩ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଥିଲା। ଶିଫା ହସ୍ପିଟାଲ ଅଧିକାରୀମାନେ କହିଛନ୍ତି ଯେ ଗାଜାର ଉତ୍ତର ଶାଟି ଶରଣାର୍ଥୀ ଶିବିରରେ ଏକ ବଡ଼ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ପାଲେଷ୍ଟାଇନୀ ବିଧାନସଭାର ଜଣେ ହମାସ ସଦସ୍ୟଙ୍କ ସହିତ ଜଣେ ପୁରୁଷ, ଜଣେ ମହିଳା ଏବଂ ସମାନ କୋଠାରେ ଆଶ୍ରୟ ନେଇଥିବା ସେମାନଙ୍କର ଛଅ ଜଣ ପିଲାଙ୍କର ମୃତ୍ୟୁ ହୋଇଥିଲା। ଆହତମାନଙ୍କୁ ଏହି ହସ୍ପିଟାଲକୁ ଅଣାଯାଇଥିଲା।

ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଅପରାହ୍ନରେ ଏକ ଦୈନିକ ରିପୋର୍ଟରେ କହିଛି ଯେ ଗତ ୨୪ ଘଣ୍ଟାରେ ଇସ୍ରାଏଲୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ୯୩ ଜଣଙ୍କ ମୃତଦେହ ଗାଜାର ହସ୍ପିଟାଲକୁ ଅଣାଯାଇଛି। ଏହା ସହିତ ୨୭୮ ଆହତଙ୍କୁ ମଧ୍ୟ ହସ୍ପିଟାଲକୁ ଅଣାଯାଇଛି। ଏହି ଆକ୍ରମଣ ଉପରେ ଇସ୍ରାଏଲୀ ସେନା ପକ୍ଷରୁ ତୁରନ୍ତ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ