Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ଙ୍କୁ ଦର୍ଶନ କଲେ 40,000 ରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ

ବେଲଗୁଣ୍ଠା: ବେଲଗୁଣ୍ଠାରେ ପ୍ରସିଦ୍ଧ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ ଗତ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ବେଳେ ବାଣ ପଟୁଆର ଓ ଗତ ୮ ତାରିଖରୁ ମାଁ ସିଂହ ବାହିନୀ ରୂପରେ ନଗର ପରିକ୍ରମା କରି ସହରବାସୀଙ୍କୁ ଦର୍ଶନ ଦେଉଛନ୍ତି ।ଏହି ଅବସରରେ ରବିବାର ଦିନ ବେଲଗୁଣ୍ଠା ପରିବା ବଜାର ସଂଘ ତରଫରୁ ମହାମାୟୀଙ୍କ ନଗର ପରିକ୍ରମା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଅଛି ।ମାଁ ସଂଧ୍ୟା ସମୟରେ ନଗର ପରିକ୍ରମା ନିମନ୍ତେ ଆଗମନ କରିବା ପରେ ବଡ଼ଦାଣ୍ଡରେ ପରମ୍ପରା ଅନୁଯାୟୀ ଆତସବାଜିର କାର୍ଯ୍ୟକ୍ରମ ହୋଇଥିଲା । ବିଭିନ୍ନ ରକମର ଆତସବାଜି ଦୀର୍ଘ ଅଢେଇ ଘଣ୍ଟା ଧରି ପ୍ରଦର୍ଶନ ଫଳରେ ବେଲଗୁଣ୍ଠା ଆକାଶରେ ଦୀପାବଳୀର ଭ୍ରମ ସୃଷ୍ଟି କରିଥିଲା । ହଜାର ହଜାର ଶ୍ରଦ୍ଧାଳୁ ଭିଡ଼ ଜମାଇ ଆତସବାଜି ଉପଭୋଗ କରୁଥିବା ବେଳେ ଯାତ୍ରା ମହୋତ୍ସବ ପରିଚାଳନା କମିଟି ତରଫରୁ ଡାକବଜି ଯନ୍ତ୍ର ଦ୍ୱାରା ବାରମ୍ବାର ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଆତସବାଜି ପ୍ରଦର୍ଶନ ପାଇଁ ବେଲଗୁଣ୍ଠା ମାଁ ବ୍ରାହ୍ମଣ ଦେବୀ ଯାତ୍ରା ପ୍ରସିଦ୍ଧି ଲାଭ କରିଥିବା ବେଳେ ଆଗାମୀ ଦିନରେ ଆହୁରି ବିଭିନ୍ନ ବ୍ୟକ୍ତି ବିଶେଷ ଓ ସାହି ତରଫରୁ ମାଁ ଙ୍କ ନଗର ପରିକ୍ରମା ଚିତ୍ତାକର୍ଷକ ହେବ ବୋଲି ଜଣାପଡିଛି । ଏହାସହ ବଣିକ ସଙ୍ଘ ତରଫରୁ ପ୍ରତିଦିନ ଭଳି ଆଜିବି ଶ୍ରଢାଳୁଙ୍କୁ ପ୍ରସାଦ ବଣ୍ଟନ ଜାରି ରହିଛି । ପ୍ରଥମେ ମା କୋଳିସାହିରୁ ବାହାରି କଂସାରିସାହି ଛକ, ବଡଦାଣ୍ଡ ସାହି, ଗୋପୀନାଥ ସାହି, ଆଳିଆ ସାହି, କେଉଟ ସାହି, ରେଡିକା ସାହି, ଗୋଲା ସାହି, ଚଷା ସାହି, ଧୋବା ସାହି, ପଣ୍ଡା ସାହି, ଶାସନ ସାହି ବାଙ୍କ ବଜାର ସହ ସମସ୍ତ ନଗର ପରିକ୍ରମା କରି ସହରବାସୀଙ୍କୁ ମା ଦର୍ଶନ ଦେଇଥିଲେ ।ଆସନ୍ତା ଦିନରେ କ୍ଳବ ୯୯, ବାଲିଡି ସାହି,ଧୋବା ସାହି, ପଣ୍ଡା ସାହି ସମେତ ବ୍ୟକ୍ତିଗତ ଭାବେ ବ୍ୟବସାୟୀ ଖଦାଳ ପୋଲେଇ, ପୁର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ର ଓ ବିଶ୍ୱନାଥ ତ୍ରିପାଠୀଙ୍କ ତରଫରୁ ମାଁ ଙ୍କ ନଗର ପରିକ୍ରମା ଆଡ଼ମ୍ବର ସହକାରେ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ