Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଵେବି ଗାର୍ଲକୁ ସ୍ଵାଗତ କଲେ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା

ମୁମ୍ବାଇ: ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ପିତା ମାତା ହୋଇଛନ୍ତି। ୭ ଫେବୃଆରୀ ୨୦୨୩ରେ ବିବାହ କରିଥିବା ସିଦ୍ଧାର୍ଥ ପାଞ୍ଚ ମାସ ପୂର୍ବରୁ ଅଭିନେତ୍ରୀଙ୍କ ଗର୍ଭଧାରଣ ଖବର ଘୋଷଣା କରିଥିଲେ। ଏବେ ସମ୍ପ୍ରତି ୧୫ ଜୁଲାଇ ୨୦୨୫ରେ ବଲିଉଡର ସବୁଠାରୁ ପ୍ରିୟ ଦମ୍ପତି ସେମାନଙ୍କର ପ୍ରଥମ ଶିଶୁକୁ ସ୍ୱାଗତ କରିଛନ୍ତି।

କିଆରା ଆଡଭାନୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।ଯାହା ପରେ ବଲିଉଡରୁ ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। କିଆରାଙ୍କୁ ତାଙ୍କ ପ୍ରସବ ତାରିଖର ଦୁଇ ଦିନ ପୂର୍ବରୁ ମୁମ୍ବାଇର ଗିରଗାଓଁ ଅଞ୍ଚଳର ଏଚ୍ ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କିଆରା ଆଡଭାନୀଙ୍କର ନର୍ମାଲ ଡେଲିଭରି ହୋଇଛି ଏବଂ ଉଭୟ ମା’ ଓ ପିଲା ସୁସ୍ଥ ଅଛନ୍ତି। ପୂର୍ବରୁ ୨୮ ଫେବୃଆରୀରେ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ସେମାନଙ୍କର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ