Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ବ୍ଲକ ଅଞ୍ଚଳରେ ସୋନପୁର ମେରା ଯୁବା ଭାରତ ଦ୍ଵାରା ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ରେ ମେରା ଯୁବା ଭାରତ, ସୋନପୁର ଦ୍ଵାରା ବିଭିନ୍ନ କ୍ଲବରେ “ମା ପାଇଁ ଗଛଟିଏ” କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମରେ ଅତିଥି ଭାବରେ ଯୋଗଦେଇଥିଲେ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର , କୋଷାଧ୍ୟକ୍ଷ ବିପିନ୍ ବିହାରୀ ଜେନା , ଏମ୍ ଟି ଏସ୍ କୃପାସିନ୍ଧୁ ସା ପ୍ରମୁଖ l ନିଜସ୍ଵ ମତ ରଖିଲେ ଗଛ ଲଗାଇବା ଦ୍ଵାରା ପ୍ରତ୍ୟେକ ମଣିଷ ସମାଜ ସନ୍ତୁଳନ ରକ୍ଷା ହୋଇପାରିବ । ତାର ଯତ୍ନ ନିଜ ଶରୀର ପରି ରଖିବା ଉଚିତ୍ । ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ବିହାରିଲାଲ୍ ମିଶ୍ର , ପୂର୍ଣ୍ଣଚନ୍ଦ୍ର ପାଢି, ବିଜୟ କୁମାର ହୋତା। ଉଲୁଣ୍ଡା ବ୍ଲକର ଆଦିବାସୀ ବିକାଶ କ୍ଲବ ଗିନ୍ଦିଲା ମାଲ୍, ମା ମେଟାକାନି, ପତାଳି କ୍ଷେତ୍ର କୋଟସମଲାଏ , ନାଗେଶ୍ବର ଯୁବକ ସଂଘ , ମା ନାରାୟଣୀ ଯୁବକ ସଂଘ , ବୀର ସୁରେନ୍ଦ୍ର ସାଏ କ୍ଲବ, ରଘୁନାଥ ଯୁବକ ସଂଘର କର୍ମକର୍ତ୍ତା ପ୍ରମୁଖଙ୍କ ସହଯୋଗରେ ଉଲୁଣ୍ଡା ବ୍ଲକରେ ବିଭିନ୍ନ ସ୍ଥାନ ରେ ୪୦୦ ରୁ ଅଧିକ ବୃକ୍ଷ ରୋପଣ କରାଯାଇଛି। ସମସ୍ତ ବୃକ୍ଷର କିପରି ରକ୍ଷଣ ହୋଇପାରିବ ସେଥିପ୍ରତି ସମସ୍ତ କ୍ଲବକୁ ଅନୁରୋଧ କରାଯାଇଛି। ଏହି କାର୍ଯକ୍ରମରେ ରାଷ୍ଟ୍ରୀୟ ଯୁବ ସ୍ଵେଚ୍ଛାସେବୀ ତଥା ପ୍ରକୃତି ବନ୍ଧୁ ଡକ୍ଟର ହୃଷୀକେଶ ଦେହେରୀ, ଶମ୍ଭୁରାଜ କର୍ଣ୍ଣ, ଧବଳେଶ୍ବର ଭୁକ୍ତା ଗଛ ଯୋଗାଇବା ସହ କେଉଁ କେଉଁ ସ୍ଥାନରେ ବୃକ୍ଷ ରୋପଣ ହେବ ଯୋଗାଯୋଗ କରିଥିଲେ । ଉଲୁଣ୍ଡା ବ୍ଲକର ବିଭିନ୍ନ କ୍ଲବ ଓ ଟ୍ରଷ୍ଟର ସଭାପତି, ସଂପାଦକ ଓ ସମସ୍ତ ସଦସ୍ୟ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ