Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟସମଲେଇ ହାଇସ୍କୁଲ ଛାତ୍ରଛାତ୍ରୀମାନେ ଅଭିନବ ପ୍ରୟାସରେ ପ୍ପଛୁଆ ନ ବସି ପାଠ ପଢିଲେ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଶ୍ରୀ ଜଗନ୍ନାଥ ଏକାଡେମୀ ହାଇସ୍କୁଲ ରେ ପିଲାଙ୍କ ଚିରାଚରିତ ବସିବାର ଶୈଳୀ ପରିବର୍ତ୍ତନ କରି ଏକ ନୂତନ ତଥା ଅଭିନବ ଶୈଳୀ ଆପଣାଇଛି ବିଦ୍ୟାଳୟ ପ୍ରଶାସନ। ଛାତ୍ରଛାତ୍ରୀ ଆଉ ନିଜକୁ ଶେଷ ବେଞ୍ଚ ର ଛାତ୍ରଛାତ୍ରୀ ବୋଲି ଭାବିବେ ନାହିଁ। ଛାତ୍ରଛାତ୍ରୀଙ୍କୁ ଇଂରାଜୀ ୟୁ ଅକ୍ଷର ପରି ବସେଇ ସମସ୍ତଙ୍କ ପାଖକୁ ଯାଇ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ଯାହା ଫଳରେ ପିଲାମାନଙ୍କ ମଧ୍ୟରେ ସମାନତା ଓ ସମସ୍ତଙ୍କୁ ସମାନ ଗୁରୁତ୍ୱାରୋପ କରାଯାଉଥିବା ଅନୁଭବ କରିପାରୁଛନ୍ତି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶୋଭାସିନୀ ମିଶ୍ର ଙ୍କ ଦିଗଦର୍ଶନ ରେ ଏ ନୂତନ ବ୍ୟବସ୍ଥା କୁ ବରିଷ୍ଠ ବିଜ୍ଞାନ ଶିକ୍ଷକ ସୁଧୀର କୁମାର ହୋତା , ଅମିତ ପାତ୍ର , ହୃଷିକେଶ ପଧାନ ସଫଳ କାର୍ଯ୍ୟକାରୀ କରିବାକୁ ଯୋଜନା କରିଛନ୍ତି। ଏ ନେଇ ଆୟୋଜିତ ଆଲୋଚନା ରେ ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଏ ବ୍ୟବସ୍ଥା ଜରୁରୀ ବୋଲି ମତ ଦେଇଥିଲେ। ପ୍ରଫୁଲ୍ଲ ସାହୁ , ସାନ ଡାଙ୍ଗ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଶେଷ ରେ ବରିଷ୍ଠ ହିନ୍ଦୀ ଶିକ୍ଷକ ଅନିରୁଦ୍ଧ ପାଢୀ ଏ ଅଭିନବ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଏ ବ୍ୟବସ୍ଥା କୁ ଦୀର୍ଘସ୍ଥାୟୀ କରିବା ପାଇଁ ସହଯୋଗ କାମନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ