ବୀରମହାରାଜପୁର ସରକାରୀ ବସ ଷ୍ଟେଣ୍ଡ ରୁ ଗଞ୍ଜେଇ ସହ ଦୁଇ ଜଣ ଗିରଫ ଓ କୋର୍ଟ ଚାଲାଣ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବସଷ୍ଟାଣ୍ଡରୁ ଅଟୋ ସହ ଗଞ୍ଜେଇ ଜବତ କରି ଦୁଇଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରଛି ବୀରମହାରାଜପୁର ଅବକାରୀ ବିଭାଗ l ସୂଚନା ଅନୁସାରେ ବୁଧବାର ଦିନ ପ୍ରାୟ 9ଟା ସମୟରେ ଏକ ଅଟୋ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ବୀରମହାରାଜପୁର ଅବକାରୀ ବିଭାଗ ଖବର ପାଇ ଅବକାରୀ ଅଧିକାରୀ ଭରତ ମିଶ୍ର , ଏଏସଆଇ ଦେବେନ୍ଦ୍ର ବରିହା , ରେଣୁକନ୍ତ ଭୋଇ ଏବଂ ସୁଜାତା ଭୋଇ ବୀରମହରାଜପୁର ସରକାରୀ ବସଷ୍ଟାଣ୍ଡରେ ଚଢାଉ କରିଥିଲେ l ଚଢାଉ ସମୟରେ ଅଟୋ ରେ ଗଞ୍ଜେଇ ଥିବ ଜଣାପଡ଼ିଥିଲା l ଯାଞବେଳେ ଅଟୋରୁ 4କେଜି ଗଞ୍ଜେଇ ବାହାରିଥିଲା l ଫଳରେ ଗଞ୍ଜେଇ ଜବତ ସହ ଚାଲାଣକାରୀ ଜଣେ ମହିଳା ଏବଂ ଗଞ୍ଜେଇ ଜବତ କରି ଜଣେ ମହିଳା ଏବଂ ରାଜୀବ ସିନ୍ଦ୍ରିଆ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ l ଏନେଇ ବୀରମହାରାଜପୁର ଅବକାରୀ ଥାନାରେ ଏକ ମାମଲା 70/25 ରେ ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୁଚନା ମିଳିଛି l