Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀରୁ ଗୋଆ ଯାଉଥିବା ଇଣ୍ଡିଗୋ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି

ନୂଆଦିଲ୍ଲୀ: ବୁଧବାର ଦିନ ଦିଲ୍ଲୀରୁ ଗୋଆ ଯାଉଥିବା ଇଣ୍ଡିଗୋ ବିମାନ 6E 6271 ର ଗୋଟିଏ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ବିମାନଟି ରାତି 9:42ରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରାଯାଇଥିଲା।

ପୂର୍ବରୁ ପାଇଲଟ୍ 9:25 ରେ ଆଲାର୍ମ ବଜାଇ ଜରୁରୀକାଳୀନ ଅବତରଣ ପୂର୍ବରୁ ‘PAN PAN PAN’ ଘୋଷଣା କରିଥିଲେ।ଏହି ବିମାନଟି ଦିଲ୍ଲୀରୁ ଗୋଆର ମନୋହର ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାଉଥିଲା। ଇଣ୍ଡିଗୋର ଜଣେ ମୁଖପାତ୍ର କହିଛନ୍ତି ଯେ ବିମାନଟି ସୁରକ୍ଷିତ ଭାବରେ ଅବତରଣ କରାଯାଇଛି ଏବଂ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ପଠାଯାଇଛି। ବିମାନରେ ମୋଟ ୧୯୧ ଜଣ ଯାତ୍ରୀ ଥିଲେ।

ଏନେଇ ଇଣ୍ଡିଗୋ କହିଛି ଯେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନର ରୁଟ୍ ପରିବର୍ତ୍ତନ କରାଯାଇଥିଲା ଏବଂ ବିମାନଟି 9:53 ରେ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରାଯାଇଥିଲା। ଏହି ଇଣ୍ଡିଗୋ ବିମାନକୁ ପରବର୍ତ୍ତୀ ଯାତ୍ରାରେ ପଠାଇବା ପୂର୍ବରୁ ଆବଶ୍ୟକୀୟ ଯାଞ୍ଚ କରାଯିବ ବୋଲି କୁହାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ